ସୋର:-
ବାଲେଶ୍ବର ଜିଲ୍ଲା ବାହାନଗା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଜଣେ ସାଙ୍ଗ ଟ୍ରେନ୍ ଲାଇନ୍ରେ ଦୌଡ଼ି ଆତ୍ମହତ୍ୟା କରିଥିବା ବେଳେ ତାଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ସାଙ୍ଗ ଟ୍ରେନ୍ ଧକ୍କାରେ ପ୍ରାଣ ହରାଇଛନ୍ତି। ସୂଚନା ଅନୁସାରେ; ବାହାନଗା ବ୍ଲକ୍ ଆରୁହାବାଡ଼ ଗ୍ରାମର ରମାକାନ୍ତ ପାଢ଼ୀଙ୍କ ସାନପୁଅ ରାକେଶ ପାଢ଼ୀ (୩୫) ଏବଂ ବରିପଦା ଗ୍ରାମର ହେମନ୍ତ ସାହୁଙ୍କ ଏକମାତ୍ର ପୁଅ ରତିକାନ୍ତ ସାହୁ (୨୨) ଦୁହେଁ ଭଲ ସାଙ୍ଗ।
ଟ୍ରେନ୍ର ପାଇଲଟ୍ଙ୍କଠାରୁ ଖବର ପାଇ ସୋର ଆର୍ପିଏଫ୍ ଓ ବାଲେଶ୍ୱର ଜିଆର୍ପି ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ସକାଳ ଯାଏ ଜଗି ରହିଥିଲେ। ସୋର ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯିବା ପରେ ଶବଗୁଡ଼ିକ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ରତିକାନ୍ତଙ୍କ ଆତ୍ମହତ୍ୟାର କାରଣ ଏଯାଏ ଜଣାପଡ଼ି ନାହିଁ। ଅନ୍ୟପଟେ ରେଳବାଇ ପୁଲିସ କେସ ନଂ. ୫୬/୨୪ ଓ ୫୫/୨୪ରେ ପୃଥକ୍ ମାମଲା ରୁଜୁ କରିଥିବା ବେଳେ ରାକେଶଙ୍କ ଭିଣୋଇ ପ୍ରଶାନ୍ତ ମାଝୀ ହତ୍ୟା ଅଭିଯୋଗ ଆଣିଛନ୍ତି। ଫାଟକ ପାଖରେ ଛିଡ଼ା ହୋଇଥିବା ବାଇକ୍ଟି ମଧ୍ୟ କେଉଁଆଡ଼େ ଉଭାନ ହୋଇଯାଇଛି। ଯାହାକୁ ନେଇ ଘଟଣାଟି ଏବେ ଭିନ୍ନ ମୋଡ଼ ନେଇଥିବା କୁହାଯାଉଛି। ଉଲ୍ଲେଖଥାଉକି, ରାକେଶ ବିବାହିତ। ତାଙ୍କର ପତ୍ନୀଙ୍କ ସହ ଜଣେ ଦେଢ଼ବର୍ଷର ଶିଶୁକନ୍ୟା ଅଛନ୍ତି। ସେହିପରି ରତିକାନ୍ତ ନିକଟରେ ରାକେଶଙ୍କ ଶାଳୀଙ୍କୁ ବିବାହ କରିବା ନେଇ ସ୍ଥିର ହୋଇଥିଲା।

.jpeg)
