Type Here to Get Search Results !

ସାରା ଦେଶରେ ନୂଆ ଆଇନ୍; ଭାରତୀୟ ନ୍ୟାୟ ସଂହିତାରେ ପ୍ରଥମ FIR, ଜାଣନ୍ତୁ କେଉଁଠି..

 



ଟିଲା ୧୮୬୦ ମସିହାରୁ ଚାଲିଆସୁଥିବା ବ୍ରିଟିଶ ନିୟମ । ଆଜିଠୁ ଲାଗୁ ହେଲା ୩ ନୂଆ ଅପରାଧିକ ଆଇନ ବ୍ୟବସ୍ଥା। ଭାରତର ନ୍ୟାୟିକ ଓ ଦଣ୍ଡବିଧାନ ପ୍ରକ୍ରିୟାରେ ଆରମ୍ଭ ହୋଇଛି ନୂଆ ଯୁଗ। ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା ଓ ସାକ୍ଷ୍ୟ ଅଧିନିୟମ ଲାଗୁ କରାଯାଇଛି। ତେବେ ଭାରତୀୟ ନ୍ୟାୟ ସଂହିତାରେ ଦିଲ୍ଲୀରେ ପ୍ରଥମ FIR ରୁଜୁ ହୋଇଛି।

ଦିଲ୍ଲୀ କମଳା ମାର୍କେଟ ଥାନାରେ ଜଣେ ଭେଣ୍ଡର ବିରୋଧରେ ଫୁଟ୍‌ ଓଭର ବ୍ରିଜ ଅବରୋଧ ଅଭିଯୋଗରେ ମାମଲା ରୁଜୁ କରାଯାଇଛି।

ଆଜିଠୁ ଇତିହାସ ପାଲଟିଯାଇଛି IPC, CrPC ଓ ଏଭିଡେନ୍ସ ଆକ୍ଟ । ଅପରାଧିକ ନ୍ୟାୟ ପ୍ରଣାଳୀରେ ଆମୂଳଚୂଳ ପରିବର୍ତ୍ତନ ସହ ଭାରତୀୟ ଦଣ୍ଡ ବିଧି ଆଇନରେ ବ୍ୟାପକ ସଂସ୍କାର ଅଣାଯାଇଛି। ଏଥିରେ ପୀଡ଼ିତଙ୍କୁ ସର୍ବାଧିକ ୩ ବର୍ଷ ଭିତରେ ନ୍ୟାୟ ମିଳିବା ବ୍ୟବସ୍ଥା ଥିବା ବେଳେ, ବହୁ ଅନାବଶ୍ୟକ ଧାରା ହଟାଇ ଏହାର ସଂଖ୍ୟା ହ୍ରାସ କରାଯାଇଛି ଏବଂ କିଛି ଗୁରୁତ୍ବପୂଣ୍ଣ ନୂଆ ଧାରା ଯୋଡ଼ାଯାଇଛି । କେବଳ ନାଁ ନୁହେଁ, ୩ ନୂଆ ଅପରାଧିକ ଆଇନରେ ବଦଳିଛି ଧାରା ଓ ଦଣ୍ଡବିଧାନ ବ୍ୟବସ୍ଥା।

ନାବାଳିକା ଦୁଷ୍କର୍ମୀକୁ ମୃତ୍ୟୁଦଣ୍ଡ ଓ ମହିଳା ଗଣଦୁଷ୍କର୍ମକାରୀଙ୍କୁ ଆଜୀବନ ସଜା ବ୍ୟବସ୍ଥା ରହିଛି । ମବ୍ ଲିଞ୍ଚିଂ ବା ଭିଡ଼ ହିଂସା ମୃତ୍ୟୁ ମାମଲାରେ ଦୋଷୀଙ୍କୁ ୭ ବର୍ଷ ଜେଲରୁ ମୃତ୍ୟୁଦଣ୍ଡ ଯାଏଁ ପ୍ରାବଧାନ ରହିଛି। ସେହିପରି ଦେଶଦ୍ରୋହ ଆଇନରେ ବ୍ୟାପକ ପରିବର୍ତ୍ତନ ଆସିବା ସହ ଏହାର ସଂଜ୍ଞା ବି ବଦଳିବ। ଦେଶ ବିଭାଜନ, ସଶସ୍ତ୍ର ବିଦ୍ରୋହ, ବିଚ୍ଛିନ୍ନତାବାଦୀ କାମ, ଦେଶର ସାର୍ବଭୌମତ୍ବ ଓ ଏକତାକୁ କ୍ଷୂର୍ଣ୍ଣ କରିବା ଭଳି ଅପରାଧ ପାଇଁ ଆଇନରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ନୂଆ ଆଇନରେ ଆତଙ୍କବାଦକୁ ପରିଭାଷିତ କରାଯାଇଛି ଏବଂ ଏହାକୁ ଦଣ୍ଡନୀୟ ଅପରାଧ ଶ୍ରେଣୀଭୁକ୍ତ କରାଯାଇଛି ।




Post a Comment

0 Comments
* Please Don't Spam Here. All the Comments are Reviewed by Admin.