Type Here to Get Search Results !

ବଡ ଖବର, ଭୀଷଣ ବାତ୍ୟାରେ ଫସିଗଲେ ଟିମ୍ ଇଣ୍ଡିଆ ଖେଳାଳି

 



ଭାରତୀୟ ଦଳ ବିଶ୍ବ ଚାମ୍ପିୟନ ହୋଇଛି । ୧୭ ବର୍ଷ ପରେ ରୋହିତ ଶର୍ମାଙ୍କ ନେତୃତ୍ବରେ ଟାଇଟଲ ହାତେଇଛି ଟିମ୍ ଇଣ୍ଡିଆ । ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ବାରବାଡୋସ୍‌ରେ ତ୍ରିରଙ୍ଗା ଉଡାଇଛନ୍ତି ଖେଳାଳି । ତେବେ ବିଶ୍ବ ଚାମ୍ପିୟନ ହେବା ପରେ ବି ଟିମ୍ ଇଣ୍ଡିଆର ଟେନସନ୍‌ ବଢିଛି । ଓ୍ବେଷ୍ଟଇଣ୍ଡିଜ୍‌ରେ ଫସିଯାଇଛି ଭାରତୀୟ ଦଳ ।
ଟି-୨୦ ବିଶ୍ବକପ୍‌ରେ ୨ୟ ଥର ଚାମ୍ପିୟନ ହେବା ପରେ ଭାରତୀୟ ଦଳ ସମସ୍ୟାରେ ଫସିଯାଇଛି । ମିଳିଥିବା ସୂଚନା ଅନୁସାରେ ବାରବାଡୋସ୍‌ର ଏକ ହୋଟେଲରେ ଫସିଛନ୍ତି ଭାରତୀୟ ଦଳର ଖେଳାଳି । ପ୍ରବଳ ଝଡ ତୋଫାନ କାରଣରୁ ସେଠାରୁ ଆସିବା ସମ୍ଭବପର ହେଉ ନାହିଁ । ଫାଇନାଲ ମ୍ୟାଚ୍‌ ପରେ ପରେ ସେଠାରେ ପ୍ରବଳ ବାତ୍ୟା ହେଉଥିବା ସୂଚନା ମିଳିଛି । ଯାହା ଫଳରେ ଏକ ହୋଟେଲ ଭିତରେ ଫସି ରହିଛନ୍ତି ଭାରତୀୟ ଖେଳାଳି ।


Post a Comment

0 Comments
* Please Don't Spam Here. All the Comments are Reviewed by Admin.