Type Here to Get Search Results !

ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ବର୍ଷ କାରାଦଣ୍ଡ ସହ ୫୦ହଜାର ଟଙ୍କା ଜୋରିମାନା

 




ଣ୍ଟାବାଞ୍ଜି :-

କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଧୁମସୁ ଗାଁରେ ଜଣେ ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗର ମାମଲା ବିଚାର କରି କଣ୍ଟାବାଞ୍ଜି ଅତିରିକ୍ତ ଜିଲା ଦୌରାଜଜ ହିମାଂଶୁ ଶେଖର ମଲ୍ଲିକ ୨୧ଜଣ ଙ୍କ ସାକ୍ଷ୍ୟ ପ୍ରମାଣ କୁନେଇ ଅଭିଯୁକ୍ତ ତପିରାମ ସୁନା (୨୪)ଙ୍କୁ ୧୦ବର୍ଷ ଜେଲ ସହ ୫୦ଟଙ୍କା ଜୋରିମାନା ରାୟ ଶୁଣାଇଛନ୍ତି।

ପ୍ରାପ୍ତ ସୂଚନା ମତେ ଗତ ୨୦୨୩ମସିଆ ଫେବୃଆରୀ ମାସ ୨୭ତାରିଖ ଦିନ ଅଭିଯୁକ୍ତ ତପିରାମ ତାର ଭିନ୍ନକ୍ଷମ ସମ୍ପର୍କୀୟ ଝିଆରୀଙ୍କୁ ଏକୁଟିଆ ପାଇ ୨ ଥର ଦୁଷ୍କର୍ମ କରିଥିଲା। ଏ ସଂକ୍ରାନ୍ତରେ କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ ପରେ ଥାନା ଭାରପ୍ରାପ୍ତ ଅଧିକାରୀ ରଶ୍ମିତା ବେହେରା ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରିବା ସହ ତଦନ୍ତ କରିଥିଲେ। ସେହି ଦିନରୁ ଅଭିଯୁକ୍ତ ଜେଲରେ ଥିଲେ। ଆଜି ଅଭିଯୁକ୍ତକୁ କଣ୍ଟାବାଞ୍ଜି ଉପ କାରାଗାରକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି।



Post a Comment

0 Comments
* Please Don't Spam Here. All the Comments are Reviewed by Admin.