Type Here to Get Search Results !

ଭୁବନେଶ୍ବରରେ ପୁଣି ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ; ‌ରେଳଧାରଣାରୁ ଖସିଲା ୮ ବଗି, ରେଳ ଚଳାଚଳ ଠପ୍‌

 



ଭୁବନେଶ୍ବର:-

ଭୁବନେଶ୍ବରରେ ପୁଣି ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଛି। ‌ରେଳଧାରଣାରୁ ୮ ବଗି ଖସିପଡ଼ିଛି। ଫଳରେ ଟ୍ରେନ୍‌ ଚଳାଚଳ ଠପ୍‌ ହୋଇଯାଇଛି। ପୂର୍ବତନ ରେଳପଥ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସୂଚନା ଅନୁସାରେ ଆଜି ଭୋର୍‌ ସାଢେ ୪ରେ ମଞ୍ଚେଶ୍ୱର ରେଲ ଷ୍ଟେସନ ଲେବେଲ୍‌କ୍ରସିଂ ନିକଟରେ ଏକ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିଲା।

ଏହି ଘଟଣା ପର ଠାରୁ ସବୁ ଟ୍ରେନ୍‌ ଭୁବନେଶ୍ବରରୁ କଟକ ଅଭିମୁଖେ ଓ କଟକରୁ ଭୁବନେଶ୍ବର ଅଭିମୁଖେ ଟ୍ରେନ୍‌ ଚଳାଚଳ ଠପ ହୋଇଯାଇଛି। ଲଗାତାର କିଛି ଦିନ ହେଲା ଟ୍ରେନ୍‌ଗୁଡ଼ିକ ଲାଇନଚ୍ୟୁତ ହେଉଥିବା ନେଇ ଏକ ବଡ଼ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ରାତିରୁ କାମ କରୁଛନ୍ତି। ଉଦ୍ଧାର କାର୍ଯ୍ୟ ଶେଷ ହେଲା ପରେ ଟ୍ରେନ୍‌ ଚାଳଚଳ ସ୍ବାଭାବିକ ହୋଇ ପାରିବ ବୋଲି ରେଳବାଇ ସୂତ୍ରରୁ ପ୍ରକାଶ।

ସୂଚନାଯୋଗ୍ୟ, ଗତ ୨୬ ତାରିଖ ଦିନ ସିମେଣ୍ଟ ବୋଝେଇ ଏହି ମାଲବାହୀ ଟ୍ରେନ୍‌ଟି କଟକ ଅଭିମୁଖେ ଯାଉଥିବା ସମୟରେ ସକାଳ ପ୍ରାୟ ୮ଟା ୪୦ରେ ଲାଇନ୍‌ଚ୍ୟୁତ ହୋଇଥିଲା। ଟ୍ରେନ୍‌ର ଗୋଟିଏ ୱାଗନ୍‌ ସମ୍ପୂର୍ଣ୍ଣ ଭାବେ ଟ୍ରାକ୍‌ ବାହାରକୁ ଚାଲିଯାଇଥିଲା। ଆଉ ଗୋଟିଏ ୱାଗନ୍‌ ଅଧା ଟ୍ରାକ୍‌ରେ ଥିବା ବେଳେ ବାକି ଅଧେ ତଳକୁ ଖସି ଯାଇଥିଲା। ସୌଭାଗ୍ୟବଶତଃ ନିକଟରେ ଥିବା ପାସେଞ୍ଜର ଟ୍ରେନ୍ ଟ୍ରାକ୍ କିମ୍ବା ଯାତ୍ରୀଙ୍କର କୌଣସି କ୍ଷତି ହୋଇ ନ ଥିଲା। ଖବର ପହଞ୍ଚିବା କ୍ଷଣି ପୂର୍ବତଟ ରେଳପଥ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାମ ଆରମ୍ଭ ହୋଇଥିଲା। ଏଥିରେ କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷତି ହୋଇ ନ ଥିଲା। ମିଡଲ୍‌ ଲାଇନ୍‌ ଓ ଅପ୍‌ ଲାଇନ୍‌ ସୁରକ୍ଷିତ ଥିବାରୁ ଯାତ୍ରିବାହୀ ଟ୍ରେନ୍‌ ଚଳାଚଳ ବିଶେଷ ପ୍ରଭାବିତ ହୋଇ ନ ଥିଲା। ତେବେ କିଛି ସମୟ ପାଇଁ ଭୁବନେଶ୍ବର ଷ୍ଟେସନରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇଥିଲା। ରେଳ ଷ୍ଟେସନରେ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ୱାଗନ୍‌କୁ ପୁଣିଥରେ ଟ୍ରାକ୍‌ରେ ଅବସ୍ଥାପିତ କରାଯିବା ପରେ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇଛି। ରାତିସୁଦ୍ଧା ଟ୍ରେନ୍ ଲାଇନଚ୍ୟୁତ ହେବାର କାରଣ ସ୍ପଷ୍ଟ ହୋଇନାହିଁ। ତଦନ୍ତ ଜାରି ରହିଥିବା ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି।



Post a Comment

0 Comments
* Please Don't Spam Here. All the Comments are Reviewed by Admin.