Type Here to Get Search Results !

ଗୋଟିଏ ଇଞ୍ଜେକ୍ସନରେ ଭଲ ହୋଇଯିବ ଅର୍ଶ ଓ ମଳକଣ୍ଟକ

 


ପୁରୀ: -

ଅର୍ଶ ଓ ମଳକଣ୍ଟକ ରୋଗ ଯୋଗୁଁ ଅନେକ ରୋଗୀ ବହୁତ କଷ୍ଟ ଭୋଗୁଛନ୍ତି। ଏଥିରୁ ଉପଶମ ପାଇବା ପାଇଁ ରୋଗୀମାନେ ରାଜ୍ୟ ତଥା ରାଜ୍ୟ ବାହାରକୁ ଯାଇ ବିଭିନ୍ନ ହସ୍ପିଟାଲରେ ହଜାର ହଜାର ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି। କିନ୍ତୁ ଏହି ରୋଗରୁ ଉପଶମ ପାଇପାରୁନାହାନ୍ତି। ତେବେ ପୁରୀ ବଡ଼ଦାଣ୍ଡ ସ୍ଥିତ ନାୟକ ପ୍ଲାଜା ଠାରେ ଅର୍ଶ ଓ ମଳକଣ୍ଟକ ରୋଗର ଚିକିତ୍ସା ନିମନ୍ତେ ଆଜି ଏକ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।

ଭାରତର ପ୍ରସିଦ୍ଧ ଅର୍ଶ ବିଶେଷଜ୍ଞ ଡ଼ଃ ଅରବିନ୍ଦ ତିଓ୍ୱାରୀ ଏହି ଚିକିତ୍ସା ଶିବିରରେ ଯୋଗ ଦେଇ ପ୍ରାୟ ଶହେରୁ ଉର୍ଦ୍ଧ୍ବ ରୋଗୀମାନଙ୍କର ଚିକିତ୍ସା କରିଛନ୍ତି। ରୋଗରୁ ଉପଶମ ପାଇବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଶହ ଶହ ରୋଗୀ ପୂର୍ବରୁ ନାମ ପଞ୍ଜିକରଣ କରିଥିବାବେଳେ ସକସେସ୍ ଅନୁଷ୍ଠାନ ପକ୍ଷରୁ ରବିବାର ଆୟୋଜିତ ଏହି ସ୍ୱାସ୍ଥ୍ୟ ଶିବିରରେ ଯୋଗଦେଇ ରୋଗୀମାନେ ଚିକିତ୍ସିତ ହୋଇଛନ୍ତି।

କୌଣସି ଅପରେସନ୍ କିମ୍ବା ମେଡ଼ିସିନ ନୁହେଁ ମାତ୍ର ଗୋଟିଏ ଇଞ୍ଜେକସନରେ ଭଲ ହେଉଛି ଅର୍ଶ ଓ ମଳକଣ୍ଟକ ରୋଗ। ବର୍ଷେ କି ଦଶବର୍ଷ ନୁହେଁ ଆଜକୁ ଦୀର୍ଘ ୨୧ ବର୍ଷ ଧରି ରୋଗୀଙ୍କୁ ସେବା ଯୋଗାଇ ଆସୁଛି ପୁରୀର ଅଗ୍ରଣୀ ସକସେସ୍ ଅନୁଷ୍ଠାନ। ଅର୍ଶ ଓ ମଳକଣ୍ଟକ ରୋଗରେ ପଡ଼ି ଯନ୍ତ୍ରଣା ଓ କଷ୍ଟ ଅନୁଭବ କରୁଥିବା ରୋଗୀମାନଙ୍କୁ ଉପଶମ ଦେଉଛି ଏହି ଅନୁଷ୍ଠାନ। ଏହି ଚିକିତ୍ସା ଶିବିରରେ ରୋଗୀମାନେ ଭାଗନେଇ ରୋଗରୁ ଉପଶମ ପାଉଥିବାବେଳେ ସକସେସ୍ ଅନୁଷ୍ଠାନକୁ ମଧ୍ୟ ସଫଳତା ମିଳୁଛି।

ପୁରୀର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ସକସେସ୍ ପକ୍ଷରୁ ଏହି ଶିବିର ଆୟୋଜନ କରାଯାଉଥିବା ବେଳେ ମାତ୍ର ଗୋଟିଏ ଇଞ୍ଜେକସନରେ ରୋଗୀମାନେ ସାରା ଜୀବନ ଯନ୍ତ୍ରଣାରୁ ମୁକ୍ତି ପାଉଛନ୍ତି। ବଡ଼ଦାଣ୍ଡ ସ୍ଥିତ ନାୟକ ପ୍ଲାଜା ଠାରେ ଏହି ଚିକିତ୍ସା ଶିବିର ବର୍ଷକୁ ତିନିଥର ଆୟୋଜନ ହେଉଥିବା ବେଳେ ରୋଗୀଙ୍କ ଅନୁରୋଧ କ୍ରମେ ଏହା ଏବେ ବର୍ଷକୁ ଚାରିଥର କରାଯାଉଛି।

ଭାରତର ପ୍ରସିଦ୍ଧ ଅର୍ଶ ରୋଗ ବିଶେଷଜ୍ଞ ଡ଼ଃ ଅରବିନ୍ଦ ତିଓ୍ୱାରୀ ଏହି ଶିବିରରେ ଯୋଗ ଦେଇ ଓଡ଼ିଶା ତଥା ଭାରତର ବିଭନ୍ନ ପ୍ରାନ୍ତରୁ ଆସିଥିବା ରୋଗୀଙ୍କ ଚିକିତ୍ସା କରୁଛନ୍ତି। ଅର୍ଶ ଓ ମଳକଣ୍ଟକ ରୋଗରେ ପୀଡ଼ିତ ଥିବା ରୋଗୀମାନେ ବେଶ୍ ଉତ୍କଣ୍ଠାର ସହିତ ଏହି ଶିବିରକୁ ଅପେକ୍ଷା କରିଥିବା ବେଳେ ଆଜି ଏହି ରୋଗରୁ ଆରୋଗ୍ୟ ଲାଭ କରିବା ପାଇଁ ପ୍ରାୟ ଶହେରୁ ଉର୍ଦ୍ଧ୍ବ ରୋଗୀ ଏହି ସ୍ୱାସ୍ଥ୍ୟ ଶିବିରରେ ସାମିଲ ହୋଇଛନ୍ତି। ଅନେକ ରୋଗୀ ଏଥିରୁ ଉପଶମ ପାଉଥିବାରୁ ସକସେସ୍ ଅନୁଷ୍ଠାନକୁ ଧନ୍ୟବାଦ ଜଣାଇଛନ୍ତି।

ପୁରୀର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ସକସେସ୍ ଆଜକୁ ଦୀର୍ଘ ୨୧ ବର୍ଷ ଧରି ଏହି ଚିକିତ୍ସା ଶିବିର ଆୟୋଜିତ କରିଆସୁଛି। ପୁରୀ ବଡ଼ଦାଣ୍ତରେ ଥିବା ହୋଟେଲ ନାୟକ ପ୍ଲାଜା ଠାରେ ଏହି ଶିବିର ଅନୁଷ୍ଠିତ ହେଉଛି। ବଲାଙ୍ଗୀର, ମୟୁରଭଞ୍ଜ, କଳାହାଣ୍ଡି, କୋରାପୁଟ, ବାଲେଶ୍ଵର, ଖୋର୍ଦ୍ଧା, ଯାଜପୁର, ଭୁବନେଶ୍ୱର, କଟକ, କେନ୍ଦ୍ରାପଡା ରାଜ୍ୟ ବାହାରରୁ ଅର୍ଥାତ୍ ଆନ୍ଧ୍ରପ୍ରଦେଶ ଏବଂ କଲିକତାରୁ ମଧ୍ୟ ଶହ ଶହ ରୋଗୀ ଏଠାରେ ସ୍ୱଳ୍ପ ଟଙ୍କାରେ ଚିକିତ୍ସିତ ହୋଇ ଆରୋଗ୍ୟ ଲାଭ କରୁଛନ୍ତି।

ତେବେ ସକସେସ୍ ଅନୁଷ୍ଠାନର ଏଭଳି ଅଭିନବ ପ୍ରୟାସକୁ ଡାକ୍ତର ଅରବିନ୍ଦ ତିୱାରୀ ବେଶ୍ ପ୍ରଶଂସା କରିଛନ୍ତି। ଭାଗ୍ୟରେ ଥିଲେ ମହାପ୍ରଭୁଙ୍କ ଶ୍ରୀକ୍ଷେତ୍ର ଧାମ୍ ରେ ଆସି ଏଭଳି ସେବା କରିବାର ସୁଯୋଗ ମିଳିଥାଏ ବୋଲି ସେ କହିଛନ୍ତି। ତେବେ ଏହି ରୋଗରେ ଯନ୍ତ୍ରଣା ଅନୁଭବ କରୁଥିବା ରୋଗୀ ମାନେ ଠିକ୍ ସମୟରେ ଖାଦ୍ୟ ଖାଇବା ସହ ପେଟ କୁ ଖାଲି ନରଖିବା, ଆମିଷ ଓ ମସଲା ଜାତୀୟ ଖାଦ୍ୟ ଠାରୁ ଦୂରରେ ରହିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି।

ଠିକ୍ ସମୟରେ ଖାଦ୍ୟ ନଖାଇବା, ତେଲ ଓ ମସଲା ଜାତୀୟ ଖାଦ୍ୟ ଅତ୍ୟଧିକ ପରିମାଣରେ ଖାଇବା ଏବଂ ଯଥେଷ୍ଟ ପରିମାଣରେ ପାନୀୟ ଜଳ ନପିଇବା ଦ୍ବାରା ଅର୍ଶ ଓ ମଳକଣ୍ଟକ ରୋଗ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଅର୍ଶ ଓ ମଳକଣ୍ଟକ ରୋଗ ଯୋଗୁ ରାଜ୍ୟ ତଥା ରାଜ୍ୟ ବାହରକୁ ଯାଇ ଅନେକ ଦୁରାରୋଗୀ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଅପରେସନ ଏବଂ ମେଡ଼ିସିନ୍ ଖାଉଥିଲେ ମଧ୍ୟ ଏଥିରୁ ଖୁବ୍ କମ୍ ଉପଶମ ପାଉଛନ୍ତି। କିନ୍ତୁ ସକସେସ୍ ଅନୁଷ୍ଠାନର ଏଭଳି ଅଭିନବ ପ୍ରୟାସ ଯୋଗୁ ରାଜ୍ୟ ବାହାରୁ ଡାକ୍ତର ଅରବିନ୍ଦ ତିଓ୍ୱାରୀ ପୁରୀ ଆସି ମାତ୍ର ଗୋଟିଏ ଇଞ୍ଜେକସନରେ ଏହି ରୋଗର ଉପଶମ କରୁଥିବାରୁ ରୋଗୀ ଓ ସମ୍ପର୍କୀୟ ମାନେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.