ମୁମ୍ବାଇ:-
ଦର୍ଶକଙ୍କ ମନ ଜିତିଛି ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ଚଳଚ୍ଚିତ୍ର 'କଲ୍କି 2898 AD'। ଫିଲ୍ମ ରିଲିଜ ପରଠୁ ଭଲ ପ୍ରଦର୍ଶନ କରୁଛି । ଯାହାଫଳରେ ଥିଏଟରକୁ ଛୁଟୁଛି ଦର୍ଶକଙ୍କ ସୁଅ । ପ୍ରଥମ ଦିନରୁ ଫିଲ୍ମ ବମ୍ପର କଲେକ୍ସନ କରିଥିବା ବେଳେ ୧୬ ଦିନ ପରେ ବି ଫିଲ୍ମର କମିନି କ୍ରେଜ । ଏହିପରି ଫିଲ୍ମ ଏବେ ସାରା ବିଶ୍ୱରେ ୧୦୦୦ କୋଟି ପାର୍ କରି ରେକର୍ଡ ସୃଷ୍ଟି କରିଛି ।
'କଲ୍କି 2898 AD'୧୬ତମ ଦିନରେ ଭାରତୀୟ ବକ୍ସ ଅଫିସରେ ୫.୨ କୋଟି ଟଙ୍କା ଆୟ କରିଛି । ଏହାସହ 'କଲ୍କି 2898 AD'ଚଳଚ୍ଚିତ୍ରର ମୋଟ ଭାରତୀୟ ବକ୍ସ ଅଫିସରେ ୫୪୮ କୋଟିରେ ପହଞ୍ଚିଛି । ଶନିବାର ଦିନ ଏହି ଫିଲ୍ମ ୫୫୦ କୋଟି ଟଙ୍କା ମାର୍କ ଅତିକ୍ରମ କରିବ ବୋଲି ଆଶା କରାଯାଉଛି । ଏଥିସହ ଫିଲ୍ମ ଖୁବଶୀଘ୍ର ରଣବୀର କପୁରଙ୍କ ଫିଲ୍ମ 'ଆନିମଲ' ରେକର୍ଡ ଭାଙ୍ଗିବ । କାରଣ 'ଆନିମଲ' ମୋଟ ୫୫୩ କୋଟି ଘରୋଇ କଲେକ୍ସନ କରିଥିଲା । କଲ୍କି 2898 AD'ହେଉଛି ଏକ ସାଇ-ଫାଇ ଚଳଚ୍ଚିତ୍ର, ଯାହା ଭାରତୀୟ ଦର୍ଶକଙ୍କୁ ଏକ ନୂତନ ଅନୁଭୂତି ଦେଉଛି । 'କଲ୍କି 2898 AD'ରେ ମହାଭାରତର ଆଧୁନିକ ଯୁଗର କାହାଣୀ ଦେଖିବାକୁ ମିଳୁଛି । ଏହି ଚଳଚ୍ଚିତ୍ରଟି ୬,୦୦୦ ବର୍ଷର କାହାଣୀ ଉପରେ ଆଧାରିତ । ଯାହା ମହାଭାରତରୁ ଆରମ୍ଭ ହୋଇ 2898 ମସିହାରେ ଶେଷ ହୁଏ । ତେଣୁ ଟାଇଟଲ୍, 'କଲ୍କି 2898 AD'ରଖିଛନ୍ତି ନିର୍ମାତା । ଏଥିରେ ପୁରାଣର ମିଶ୍ରଣ ସହ ବିଜ୍ଞାନ ସମ୍ୱନ୍ଧୀୟ ପ୍ରସଙ୍ଗ ମଧ୍ୟ ଦର୍ଶାଯାଇଛି । କଲ୍କି 2898ADର ନିର୍ଦ୍ଦେଶନା ଲୋକପ୍ରିୟ ନିର୍ଦ୍ଦେଶକ ନାଗା ଅଶ୍ୱିନ ଦେଇଥିବା ବେଳେ ବୈଜନ୍ତୀ ମୁଭିଜ ଦ୍ବାରା ଏହା ନିର୍ମାଣ ହୋଇଛି ।

.jpeg)
