ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ବିରେନ୍ ମର୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚାଣ୍ଟ ଜୁଲାଇ ୧୨ରେ ସାତ ଜନ୍ମ ପାଇଁ ସାଥୀ ହୋଇଛନ୍ତି। ଏହି ବିବାହ ଏହାର ଗ୍ରାଣ୍ଡ ସେଲିବ୍ରେସନ ପାଇଁ ଏବେ ଚର୍ଚ୍ଚାରେ ଅଛି। ବର୍ତ୍ତମାନ ଏହି ବିବାହକୁ ନେଇ ଆଉ ଏକ ରୋମାଞ୍ଚକର କଥା ସାମ୍ନାକୁ ଆସିଛି।
ଖବର ଅନୁଯାୟୀ ଅନନ୍ତ ଅମ୍ବାନୀ ତାଙ୍କ ନିକଟତମ ଲୋକଙ୍କୁ ୨କୋଟି ଟଙ୍କା ମୂଲ୍ୟର ସ୍ୱତନ୍ତ୍ର ବିଳାସପୂର୍ଣ୍ଣ ଘଣ୍ଟା ଉପହାର ଦେଇଥିବା କୁହାଯାଉଛି। ତେବେ ଯେଉଁମାନେ ଏହି ଘଣ୍ଟା ପାଇଛନ୍ତି ସେମାନଙ୍କ ମଧ୍ୟରୁ ଶାହରୁଖ ଖାନ, ରଣବୀର ସିଂହ, ଶିଖର ପାହାଡ଼ିଆ, ବୀର ପାହାଡ଼ିଆ ଏବଂ ମୀଜାନ ଜାଫରୀଙ୍କ ଭଳି ପ୍ରସିଦ୍ଧ ବ୍ୟକ୍ତିତ୍ୱ ଅଛନ୍ତି।

.jpeg)
