ମୁମ୍ୱାଇ:-
ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କର ସାନ ପୁଅ ଅନନ୍ତ ଏବଂ ରାଧିକାଙ୍କର ବିବାହ ଶେଷ ହୋଇଛି । ଜୁଲାଇ ୧୨ ତାରିଖରେ ଅଗ୍ନୀକୁ ଶାକ୍ଷୀ ରଖି ଜନ୍ମ ଜନ୍ମାନ୍ତର ସାଥି ହୋଇଛନ୍ତି ଉଭୟ । ଏହି ଗ୍ରାଣ୍ଡ୍ ସେଲିବ୍ରେସନରେ ଦେଶ-ବିଦେଶର ବହୁ ଅତିଥି ସାମିଲ ହୋଇଥିଲେ। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନବ ଦମ୍ପତ୍ତିକୁ ଆଶୀର୍ବାଦ କରିବାକୁ ଏହି ଫଙ୍କ୍ସନରେ ଯୋଗ ଦେଇଥିଲେ ।
ତେବେ ଏସବୁ ଭିତରେ ମୁକେଶଙ୍କର ଭିଆଇପି ଗେଷ୍ଟ ଏବଂ ଅନନ୍ତଙ୍କର ସାଙ୍ଗ ମାନଙ୍କୁ ଏକ ଖାସ୍ ଉପହାର ଦେଇଛି ଅମ୍ୱାନୀ ପରିବାର । ନିଜ ଗେଷ୍ଟ ମାନଙ୍କୁ ଏକ ବ୍ରାଣ୍ଡେଡ୍ ଘଣ୍ଟା ଦେଇଛନ୍ତି ମୁକେଶ । ଖବର ଅନୂଯାୟୀ ଏହି ଘଣ୍ଟାର ମୁଲ୍ୟ ପାଖାପାଖି ୧.୫ କୋଟିରୁ ୨ କୋଟି ବୋଲି କୁହାଯାଉଛି। ଏହାର ଅନେକ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଆଇପି ଗେଷ୍ଟ ମାନଙ୍କୁ ଏହି ଘଣ୍ଟା ଦେଇ ରାଜକୀୟ ଠାଣିରେ ଧନ୍ୟବାଦ ଜଣାଇଛନ୍ତି ଅମ୍ୱାନୀ ପରିବାର ।

.jpeg)
