Type Here to Get Search Results !

ସୋମବାର ପୁଣି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ୧୧ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ ଶୁଣାଣି

 



ଭୁବନେଶ୍ୱର:-

ଆସନ୍ତା ୧୫ ତାରିଖ ସୋମବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଯୋଗ ଶୁଣାଣି କରିବେ । ୟୁନିଟ୍-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦିନ ୧୧ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଅଭିଯୋଗ ଶୁଣିବେ । ଏଥିପାଇଁ ସକାଳ ୮ଟାରୁ ୧୨ ମଧ୍ୟରେ ଏହି ସ୍ଥାନରେ ପଞ୍ଜୀକରଣ ହେବ । ଲୋକମାନେ ନିଜ ଅଭିଯୋଗ ପତ୍ର ନେଇ ପ୍ରଥମେ ପଞ୍ଜୀକରଣ କରିବା ପରେ ଟୋକନ୍ ମିଳିବ ।

ଏହି ଟୋକନ୍ କ୍ରମିକ ଅନୁଯାୟୀ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜର ଅଭିଯୋଗ ଜଣାଇ ପାରିବେ । ଏନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ୧ ତାରିଖ ଠାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଇଛି । ମୁଖ୍ୟମନ୍ତ୍ରୀ ପ୍ରତି ସୋମବାର ଜନସାଧାରଣଙ୍କ ଅଭିଯୋଗ ଶୁଣିବେ ବୋଲି ଘୋଷଣା ହୋଇଛି । ଗତ ୧ ତାରିଖରେ ପ୍ରଥମ ଅଭିଯୋଗ ଶୁଣାଣି ହୋଇଥିଲା । ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ୧୫୪୦ଟି ଅଭିଯୋଗ ଶୁଣିବା ସହ ଏହାର ତ୍ୱରିତ୍ ସମାଧାନ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀଗୁଣ୍ଡିଚା ପାଇଁ ଗତ ସୋମବାର ଦିନ ଅଭିଯୋଗ ଶୁଣାଣି ବନ୍ଦ ରଖାଯାଇଥିଲା ।



Post a Comment

0 Comments
* Please Don't Spam Here. All the Comments are Reviewed by Admin.