Type Here to Get Search Results !

ହସ୍ପିଟାଲରୁ ଡିସଚାର୍ଯ ହେଲେ ରାଜନାଥ ସିଂହ, ଜାଣନ୍ତୁ ଏବେ କିପରି ଅଛି ସ୍ୱାସ୍ଥ୍ୟ?

 


କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ୧୩ ଜୁଲାଇ ଶନିବାର ହସ୍ପିଟାଲରୁ ଡିସଚାର୍ଯ କରାଯାଇଛି। ଗତ ଗୁରୁବାର ପିଠିରେ ଯନ୍ତ୍ରଣା ହେବା ଯୋଗୁ ତାଙ୍କୁ ଦିଲ୍ଲୀସ୍ଥିତ ଏମସ୍ରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଜୁଲାଇ ୧୦ ତାରିଖ ଦିନ ରାଜନାଥ ତାଙ୍କର ୭୩ ତମ ଜନ୍ମଦିନ ପାଳନ କରିଥିଲେ।

ଏହା ପରଦିନ ଅର୍ଥାତ ୧୧ ତାରିଖ ଗୁରୁବାର ଦିନ ତାଙ୍କ ପିଠିରେ ଯନ୍ତ୍ରଣା ଅଭିଯୋଗ କରିବାରୁ ନୂଆଦିଲ୍ଲୀସ୍ଥିତ ଏମସ୍ରେ ଭର୍ତ୍ତି କରାଯାଇଥିଲା।

ରାଜନାଥ ସିଂହ ଏମସ୍ର ନ୍ୟୁରୋ ସର୍ଜରୀ ବିଭାଗରେ ରହି ଚିକିତ୍ସିତ ହେଉଥିଲେ। ଏମସ୍ ମିଡିଆ ପ୍ରକୋଷ୍ଠ ପ୍ରଭାରୀ ଡା. ରିମା ଦାଦା ସେତେବେଳେ ତାଙ୍କ ସ୍ୱାସ୍ଥ୍ୟବାସ୍ଥା ସ୍ଥିର ଥିବା ଓ ତାଙ୍କୁ ଡାକ୍ତରଙ୍କ ଦେଖରେଖରେ ରଖାଯାଇଥିବା କହିଥିଲେ। ଏବେ ତାଙ୍କ ଡିସଚାର୍ଜ ପୁଷ୍ଟି କରାଯାଇଛି। କୁହାଯାଉଛି ରାଜନାଥ ଗତ କିଛି ଦିନ ହେଲା ପିଠିରେ ଯନ୍ତ୍ରଣା ଅଭିଯୋଗ କରୁଥିଲେ। ରକ୍ଷାମନ୍ତ୍ରୀଙ୍କ ଚିକିତ୍ସା ଏମସର ବରିଷ୍ଠ ଡାକ୍ତରଙ୍କ ଦେଖରେଖରେ କରାଯାଇଛି। ଏବେ ତାଙ୍କୁ ଯନ୍ତ୍ରଣା ଉପସମ ଲାଗିବାରୁ ତାଙ୍କୁ ହସ୍ପିଟାଲରୁ ଯିବାକୁ ଅନୁମତି ଦିଆଯାଇଛି।



Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.