Type Here to Get Search Results !

ଭିଡଲ୍ ପକ୍ଷରୁ କ୍ରିକେଟ୍ ତାରକା ସୌରଭ ଗାଙ୍ଗୁଲିଙ୍କୁ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ନିଯୁକ୍ତି

 



ଭୁବନେଶ୍ୱର:-

ଟାଇଡ୍ ୱାଟର ଅଏଲ୍ କୋ (ଇଣ୍ଡିଆ) ଲିମିଟେଡ୍‌ର ଲୁବ୍ରିକ୍ୟାଂଟ୍ ବ୍ରାଣ୍ଡ ଭିଡଲ୍ ପକ୍ଷରୁ କ୍ରିକେଟ୍ ତାରକା ସୌରଭ ଗାଙ୍ଗୁଲିଙ୍କୁ କମ୍ପାନିର ବ୍ରାଣ୍ଡ୍ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି । କମ୍ପାନି ଭାରତରେ ଏହାର ବ୍ରାଣ୍ଡ ଉପସ୍ଥିତି ବଢ଼ାଇବା ଓ ବଜାର ସ୍ଥିତିକୁ ସୁଦୃଢ଼ କରିବାକୁ ଚାହୁଁଥିବା ବେଳେ ଏହି ସହଯୋଗିତା ବେଶ୍ ଗୁରୁତ୍ୱପୂର୍ଣ୍ଣ ।

ଭିଡଲ୍ ବ୍ରାଣ୍ଡ୍‌ର ୭୦ରୁ ଅଧିକ ଦେଶରେ ସମୃଦ୍ଧ ପରମ୍ପରା ରହିଛି । ସମଗ୍ର ବିଶ୍ୱରେ ୱାର୍କସପ୍‌ଗୁଡ଼ିକରେ ଭିଡଲ୍ ପ୍ରଫେସନାଲ୍ ପସନ୍ଦରେ ପରିଣତ ହୋଇଛି । ଶିଳ୍ପରେ ସମ୍ମାନ ଓ ବିଶ୍ୱାସଭାଜନ ହୋଇଥିବା ଭିଡଲ୍ ଉଭୟ ଅଟୋମୋଟି୍ ରିଟେଲ୍ ଓ ସଂସ୍ଥାଗତ କ୍ଷେତ୍ରକୁ ବ୍ୟାପକ ଲୁବ୍ରିକ୍ୟାଂଟ୍ ପ୍ରଦାନ କରୁଛି । ସାରା ଭାରତରେ ଉପସ୍ଥିତି ସହ ପରିଚାଳନାରୁ ୧୯୩୧କୋଟି ଟଙ୍କା ରାଜସ୍ୱକୁ ନେଇଏହା ଭାରତର ସବୁଠୁ ପ୍ରତିଷ୍ଠିତ ଲୁବ୍ରିକ୍ୟାଂଟ୍ ବ୍ରାଣ୍ଡ୍ ଭାବେ ଉଭା ହୋଇଛି ।
କମ୍ପାନିର ଏହାର ବିସ୍ତୃତ ଚ୍ୟାନେଲ୍ ପାର୍ଟନର ନେଟ୍‌ୱର୍କ ଜରିଆରେ ଗୁଣାତ୍ମକ ଉତ୍ପାଦ ପ୍ରଦାନ କରିବାର ଏକ ବିଶ୍ୱସନୀୟ ବ୍ରାଣ୍ଡ୍ ହୋଇରହିଛି । ଭିଡଲ୍‌ର ଶୁଣଗୁଡ଼ିକ ଭିତରେ ରହିଛି ନିଷ୍ଠାପର, ସ୍ୱଚ୍ଛତା ଓ ଅତୁଟ ସମ୍ପର୍କ ଯାହା ଏହାର ବିଜ୍ଞାପନ ଟ୍ୟାଗ୍‌ଲାଇନ୍ "ରଖେ ସାଫ୍ ଦିଲ୍ ସେ'ରେ ପ୍ରତିଫଳିତ ହୋଇଛି ।
ଟାଇଡ୍ ୱାଟର୍ ଅଏଲ୍ କୋ (ଇଣ୍ଡିଆ) ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅରିଜିତ ବସୁ କହିଛନ୍ତି ଯେ, "ସୌରଭ ଗାଙ୍ଗୁଲିଙ୍କ ଭଳି ଜଣେ ମହାନ କ୍ରିକେଟ ତାରକା ଆମର ବ୍ରାଣ୍ଡ ଆମ୍ବାସାଡର ଭାବେ ଯୋଡ଼ି ହୋଇଥିବାରୁ ଆମେ ବେଶ୍ ଆନନ୍ଦିତ । ତାଙ୍କ ନେତୃତ୍ୱ ଦକ୍ଷତା, ଜିଦ୍ ଓ ସଂକଳ୍ପ ତାଙ୍କୁ ଜଣେ କିମ୍ବଦନ୍ତୀରେ ପରିଣତ କରିବା ସହ ବର୍ତମାନ ପରିଚିତ ଭାରତୀୟ ଦଳରେ ସେ ବିଜୟୀ ଭାବ ଜାଗ୍ରତ କରିଥିଲେ । ନିଷ୍ଠା ଓ ଆତ୍ମବିଶ୍ୱାସରେ ଗଢ଼ା ବ୍ରାଣ୍ଡ ସୌରଭ ସମସ୍ତଙ୍କ ନିଜ ପ୍ରଦର୍ଶନ ଓ ସଫଳତାରେ ଉନ୍ନତି ଅଣିବା ଲାଗି ଅନୁପ୍ରାଣିତ କରୁଛି । ଆମର ବିଶ୍ୱାସ ରହିଛି ଯେ ଏହି ସହଯୋଗିତା ଆମକୁ ଭବିଷ୍ୟତରେ ଆଗକୁ ବଢ଼ୁଥିବା ବେଳେ ଦୃଢ଼ ଭିତି ପ୍ରଦାନ କରିବ ।''
କ୍ରିକେଟ୍ ତାରକା ସୌରଭ ଗାଙ୍ଗୁଲି କହିଛନ୍ତି ଯେ, "ଭିଡଲ୍ ସହିତ ମୋ ସହଯୋଗିତା ଉତ୍କର୍ଷ ପାଇଁ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଅଟୋମୋବାଇଲ୍ ଶିଳ୍ପରେ ଗୁଣାତ୍ମକ ମାନ ଓ ପ୍ରଦର୍ଶନ ପାଇଁ ଭିଡଲ୍ ପରିଚିତ ଥିବା ବେଳେ ମୁଁ ସେହି ସବୁ ମୂଲ୍ୟବୋଧକୁ ମୋ କାମରେ ସାମିଲ କରିଛି । ଆମେ ମିଳିତ ଭାବେ ଲୋକମାନଙ୍କୁ ଅନୁପ୍ରାଣିତ କରି ସେମାନଙ୍କ ସହ ଯୋଡ଼ି ହେବୁ ଏବଂ ଆମେ ଉଭୟ ମିଶି ଶ୍ରେଷ୍ଠତା ପ୍ରଦାନ କରିବୁ ।"


Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.