Type Here to Get Search Results !

ଘରେ ପଶି ବୄଦ୍ଧାଙ୍କୁ ଛୁରାମାଡ଼

 


ଳାହାଣ୍ଡି :-

କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ପରୁଆଗୁଡା ଗାଁରେ ଘଟିଛି ଅଭାବନୀୟ ଘଟଣା। ବୄଦ୍ଧାଙ୍କୁ ଛୁରାମାଡ଼ । ବୄଦ୍ଧା କୃଷ୍ଣପ୍ରିୟା ପଟେଲଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ଅଭିଯୁକ୍ତ ଦୈତାରୀ ପଟେଲଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। କୃଷ୍ଣ ପ୍ରିୟାଙ୍କ ଘର ଜୁନାଗଡ ଥାନା ଅଞ୍ଚଳରେ ଶଙ୍କରପଲା ଗାଁରେ।

ବୃଦ୍ଧା ଜଣଙ୍କ ଦୁଇ ମାସ ହେବ ଝିଅ ଘର ପରୁଆଗୁଡା ଗାଁକୁ ଆସି ରହୁଥିଲେ। ଆଜି ସକାଳେ ବୃଦ୍ଧା ଜଣଙ୍କ ଘରେ ଝିଅର ଛୋଟ ପୁଅକୁ ଖେଳାଉଥିଲେ। ଏହି ସମୟରେ ଦୈତାରୀ ହଠାତ୍ ଘରକୁ ପଶି ଆସି ଛୁରାମାଡ଼ କରିଥିଲେ। ଏପରିକି ଛୋଟ ପିଲାଟିକୁ ମଧ୍ୟ ମାଡ଼ ମାରିଥିଲେ।ପିଲାଟିର କାନ୍ଦ ଶୁଣି ପରିବାର ଲୋକେ ଦୌଡ଼ି ଆସିଥିଲେ।


ଦୈତାରୀ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ପରେ ପରିବାର ଲୋକେ ବୃଦ୍ଧା ଓ ଶିଶୁକୁ ଗୁରୁତର ଅବସ୍ଥାରେ ନିକସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବୃଦ୍ଧାଙ୍କ ଅବସ୍ଥା ଗୁରୁତର ହେବାରୁ ଭବାନୀପାଟଣା ସ୍ଥାନାନ୍ତର କରାଯାଇଛି। ଏକ ସରକାରୀ ରାସ୍ତା ବିବାଦକୁ ନେଇ ବୃଦ୍ଧାଙ୍କୁ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ପୁଲିସ ଘଟଣାର ତଦନ୍ତ କରୁଛି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.