Type Here to Get Search Results !

ରତ୍ନଭଣ୍ଡାରରୁ ମିଳିଲା ଚମକାଇଲା ଭଳି ଜିନିଷ

 


ପୁରୀ:-

୪୬ ବର୍ଷ ପରେ ଖୋଲିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର। ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ କଣ କଣ ରହିଥିଲା। ଏହାକୁ ନେଇ ଦୀର୍ଘ ବର୍ଷ ହେଲା କୌତୁହଳ ଲାଗିରହିଛି। ସଂପୂର୍ଣ୍ଣ ଅଳଙ୍କାର ସ୍ଥାନାନ୍ତରଣ କରିବା ପାଇଁ ସାଢେ ୭ ଘଣ୍ଟା ସମୟ ଲାଗିଥିଲା। ସକାଳ ୯ଟା ୫୧ରେ ରତ୍ନଭଣ୍ଡାରକୁ ପ୍ରବେଶ କରିଥିଲେ। ଅପରାହ୍ନ ୫ଟା ୧୫ ସୁଦ୍ଧା ସ୍ଥାନାନ୍ତରଣ କାମ ଶେଷ ହୋଇଥିଲା।

କେବଳ କଟର ଓ ଇଲେକ୍ଟ୍ରି ସହାୟକଙ୍କ ଛଡା ଅନ୍ୟ କାହାର ସହଯୋଗ ଦରକାର ପଡିନଥିଲା। ବିନା ଖିଆ ପିଆରେ ଘଣ୍ଟା ଘଣ୍ଟା ଧରି ପ୍ରଭୁଙ୍କ କାମରେ ଲାଗିଥିଲେ ବୋଲି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ କହିଛନ୍ତି ।

ରାଜରାଜୁଡା ଅମଳର ଯୁଦ୍ଧ ସାମଗ୍ରୀ

ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ମିଳିଛି ଯୁଦ୍ଧ ସାମଗ୍ରୀ। ଏସବୁ ରାଜରାଜୁଡା ଅମଳର ବୋଲି ଜଣାପଡିଛି। ତେଣ୍ଟା, ବର୍ଚ୍ଛା ଭଳି ବିଭିନ୍ନ ଅସ୍ତ୍ରଶସ୍ତ୍ର ରହିଛି। ଗଜପତି ଜୟ କରିଥିବା ରାଜ୍ୟରେ ବ୍ୟବହୃତ ଯୁଦ୍ଧାସ୍ତ୍ର ରତ୍ନଭଣ୍ଡାରରେ ରହିଥିବା ଜଷ୍ଟିସ ରଥ କହିଛନ୍ତି। ତେବେ ଏସବୁ ସାମଗ୍ରୀ କେଉଁ ଧାତୁରେ ତିଆରି ହୋଇଛି ସେନେଇ ଜଣାପଡିନି। ସାମଗ୍ରୀ କଳା ପଡି ଯାଇଥିବାରୁ ଏହା କେଉଁ ଧାତୁରେ ତିଆରି ସ୍ପଷ୍ଟ ହୋଇପାରିନି। ସେହିପରି ଅନେକ ରାଜାଙ୍କ ମୁକୁଟ ମଧ୍ୟ ରହିଥିବା ଜଣାପଡିଛି। ତେବେ କେତେଟା ମୁକୁଟ ? କେଉଁ ରାଜାମାନଙ୍କର ମୁକୁଟ? କେଉଁ ରାଜାଙ୍କୁ ପରାସ୍ତ କରି ବିଜୟ ସଙ୍କେତ ଭାବେ ମୁକୁଟକୁ ଗଜପତି ଆଣିଥିଲେ ? ସେନେଇ ଜଣାପଡିନି।

ନାହିଁ ଗୁପ୍ତ ସୁଡଙ୍ଗ !



ରତ୍ନଭଣ୍ଡାର ଭିତରେ ନାହିଁ ଗୁପ୍ତ ସୁଡଙ୍ଗ କି ଗୁପ୍ତ ଭଣ୍ଡାର। ସେଭଳି କୌଣସି ସୁଡଙ୍ଗ ଦେଖିନଥିବା ଜଷ୍ଟିସ ରଥ କହିଥିଲେ। ତେବେ ରତ୍ନଭଣ୍ଡାର ଭିତରେ ଅଧିକ ଗୁପ୍ତ ସୁଡଙ୍ଗ ରହିଛି କି ନାହିଁ ସେନେଇ ସଂଶୟ ରହିଛି। ଭିତର ରତ୍ନଭଣ୍ଡାରରେ ମୋଟ୍ ୭ ଟି ସିନ୍ଦୁକ ଓ ୩ ଟି କାଠ ଆଲମିରା ଓ ଗୋଟିଏ ଷ୍ଟିଲ ଆଲମିରା ଥିଲା। ୨ ଟି କାଠ ସିନ୍ଦୁକ ଓ ଗୋଟିଏ ଲୁହା ସିନ୍ଦୁକ ରହିଥିଲା। ସବୁ ଆଲମିରା ଓ ସିନ୍ଦୁକ ତାଲା ଖୋଲି ଅଳଙ୍କାର ସ୍ଥାନାନ୍ତର କରାଯାଇଛି। ଏସଓପିରେ ସଂଶୋଧନ ସହ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ପୁଣି ଥରେ ଯାଞ୍ଚ କରିବାକୁ ସୁପାରିସ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.