ବୌଦ୍ଧ ଜିଲ୍ଲା ବାମଣ୍ଡା ନିକଟରେ ଗତ ରାତିରେ ଏକ ମର୍ମନ୍ତୁଦ ସନକ ଦୁର୍ଘଟଣା ଘଟିଛି। ମହାଦେବ ନାମକ ବସ୍ ସୁନାଖାଇ ପୋଲ ତଳକୁ ଖସିବାରୁ ୪୦ରୁ ଉର୍ଦ୍ଧ୍ୱ ବସ୍ ଯାତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ଶିଶୁ ଓ ବୃଦ୍ଧ ବି ରହିଛନ୍ତି।। ଗୁରୁତରଙ୍କୁ ବୌଦ୍ଧ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ବସ୍ଟି ଭୁବନେଶ୍ଵରରୁ ମାଲକାନଗିରି ଅଭିମୁଖେ ୬୦ରୁ ଉର୍ଦ୍ଧ ଯାତ୍ରୀ ନେଇ ଯାଉଥିଲା ।
ଖବର ପାଇ ଘଟଣାସ୍ଥଳରେ ଆମ୍ବୁଲାନ୍ସ ଓ ପୁଲିସ୍ ଟିମ୍ ପହଞ୍ଚିଥିଲେ। ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହୀନ ଦ୍ଵାରା ପ୍ରାୟ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଜାରି ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। କିଛି ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରଯାଇଛି।
ଯାତ୍ରୀଙ୍କ କହିବା ଅନୁଯାୟୀ, ଗାଡ଼ି ଚଳାଉଥିବା ବେଳେ ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଥିଲେ। ଫଳରେ ସେ ନିୟନ୍ତ୍ରଣ ହରାଇ ବସିବାରୁ ଗାଡ଼ିଟି ପୋଲ ତଳକୁ ଖସି ପଡ଼ିଥିଲା।
ବସ୍ ଦୁର୍ଘଟଣା ପରେ ଡ୍ରାଇଭର ଓ କଣ୍ଡକ୍ଟର ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ସୂଚନା ମିଳିଛି । ବୌଦ୍ଧ ପୁଲିସ ଘଟଣାସ୍ଥଳରେ ତଦନ୍ତ ଜାରୀ ରଖିଛି ।


