Type Here to Get Search Results !

ବାଂଲାଦେଶରେ ଗଲାଣୀ ୧୦୫ ଜଣଙ୍କ ଜୀବନ: ପରିସ୍ଥିତି ନିୟନ୍ତ୍ରଣ କରିବାକୁ ସେନା ନିୟୋଜିତ

 


ନୂଆଦିଲ୍ଲୀ:-

ସାରା ଦେଶରେ ବ୍ୟାପିଥିବା ସାଂଘାତିକ ଅଶାନ୍ତି ପରେ ବାଂଲାଦେଶର ଅଧିକାରୀମାନେ ଦେଶବ୍ୟାପୀ କର୍ଫ୍ୟୁ ଲାଗୁ କରିଛନ୍ତି। ଛାତ୍ର ବିକ୍ଷୋଭକାରୀ ଏବଂ ପୁଲିସ ମଧ୍ୟରେ ସଂଘର୍ଷ ଯୋଗୁ ଅତି କମରେ ୧୦୫ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ରିପୋର୍ଟରୁ ଜଣାପଡ଼ିଛି। କର୍ଫ୍ୟୁ ଲାଗୁ କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସେନା ନୟୋଜିତ କରାଯାଇଛି।

ଚାକିରୀ ଉପରେ ସରକାରଙ୍କ କୋଟା ନୀତିରେ ସଂସ୍କାର ଆଣିବାକୁ ଦାବି କରୁଥିବାରୁ ବାଂଲାଦେଶର ଦୀର୍ଘତମ କାର୍ଯ୍ୟକର୍ତ୍ତା ନେତା ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପାଇଁ ଏହା ସବୁଠାରୁ କଠିନ ରାଜନୈତିକ ଆହ୍ବାନ।

ଦେଶକୁ ଏକ ଟେଲିଭିଜନ ଭାଷଣରେ ପ୍ରଧାନମନ୍ତ୍ରୀ ଶେଖ ହସିନା ଶାନ୍ତିପୂର୍ଣ୍ଣ ଭାବରେ ଏହି ସମସ୍ୟାର ସମାଧାନ ପାଇଁ ଛାତ୍ରମାନଙ୍କୁ ଆଲୋଚନା ପାଇଁ ଆମନ୍ତ୍ରଣ କରିଥିଲେ। ତେବେ ସ୍ଥିତିକୁ ଦୃଷ୍ଟିରେ ରଖି ସରକାରଙ୍କ ପ୍ରସ୍ତାବକୁ ଛାତ୍ରମାନେ ଗ୍ରହଣ କରିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

ବାଂଲାଦେଶରେ ଶେଖ୍‌ ହାସିନା ସରକାରଙ୍କର ସରକାରୀ ଚାକିରିରେ କୋଟା ନିଷ୍ପତ୍ତିକୁ ବିରୋଧ କରି ଦେଶରେ ଚାଲିଥିବା ହିଂସାତ୍ମକ ଆନ୍ଦୋଳନ ଭୟାନକ ରୂପ ନେଇଛି। ଧୀରେ ଧୀରେ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ୧୦୦ ପାର୍‌ ହେଲାଣି।

ହିଂସା ପାଇଁ ବାଂଲାଦେଶରେ ସ୍କୁଲ୍‌, କଲେଜ ଏବଂ ୟୁନିଭର୍ସିଟି ବନ୍ଦ ରହିଛି। କୋଟା ଆନ୍ଦୋଳନ ପାଇଁ ଟ୍ରେନ୍‌ ଏବଂ ମେଟ୍ରୋ ସେବା ମଧ୍ୟ ପ୍ରଭାବିତ ହୋଇଛି। ମୋବାଇଲ୍‌ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି। ହିଂସା ଥମିବା ପର୍ଯ୍ୟନ୍ତ ସର୍ବାଧିକ ସତର୍କତା ଅବଲମ୍ବନ କରିବା ଓ ଜରୁରୀ କାମ ନଥିଲେ ବାହାରକୁ ନ ବାହାରିବାକୁ ସେଠାରେ ଥିବା ଭାରତୀୟମାନଙ୍କ ପାଇଁ ଭାରତ ସରକାରଙ୍କୁ ପକ୍ଷରୁ ପରାମର୍ଶ ଦିଆଯାଇଛି।



Post a Comment

0 Comments
* Please Don't Spam Here. All the Comments are Reviewed by Admin.