ସେମାନେ ହେଲେ କୋଟିନଡ଼ା ଥାନା ଅଧୀନ ଖାରିଆ ଗ୍ରାମର ସନ୍ତୋଷ ନାହାକ, କବିସୂର୍ଯ୍ୟନଗର ଥାନା ବାଣନଈ ଖରିଡା ଗ୍ରାମର ରାଜେନ୍ଦ୍ର ପ୍ରଧାନ, କୋଦଳା ଥାନା ଛଚିନା ଗ୍ରାମର ଟୁଲୁ ପ୍ରଧାନ, ରାଣୀପଡ଼ା ଗ୍ରାମର ଶୁଭ ମୁନି ଓ ବେଲପଡା ଗ୍ରାମର ଆଲୋକ ମଲ୍ଲିକ l ସେମାନଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ପୀଡ଼ିତାଙ୍କ କହିବାନୁସାରେ, ମଙ୍ଗଳବାର ଅପରାହ୍ନରେ ୪ରୁ ଊର୍ଦ୍ଧ୍ୱ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ତାଙ୍କୁ ଖଇରପଲ୍ଲୀ ଗ୍ରାମ ନିକଟସ୍ଥ ପାହାଡ଼ ଉପରକୁ ଉଠାଇ ନେଇଥିଲେ। ତାଙ୍କୁ ସେଠାରେ ମାଡ଼ମାରିବା ସହ ଗଣବଳାତ୍କାର କରି ଯୌନାଙ୍ଗରେ ମଦ ବୋତଲ ପୂରାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ପୋଲିସ ବୁଧବାର ସକାଳେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଗଞ୍ଜେଇ ବ୍ୟବସାୟକୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା ଜଣାପଡ଼ିଛି।