ଭୁବନେଶ୍ୱର:-
ରାଜ୍ୟରେ କନିଷ୍ଠ ଶିକ୍ଷକ (ସ୍କିମାଟିକ୍) ନିଯୁକ୍ତି ପ୍ରକ୍ରିୟା। ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ଏହି କ୍ରମରେ ଆସନ୍ତା ୨୦ ଏବଂ ୨୨ ତାରିଖରେ ଡକ୍ୟୁମେଣ୍ଟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ସୂଚନା ଅନୁଯାୟୀ, ୨୦ ତାରିଖରେ କ୍ୟାଟାଗୋରୀ-୧ ଏବଂ ୨୨ ତାରିଖରେ କ୍ୟାଟାଗୋରୀ-୨ର ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ।

