ପାଟଣା:-
କେନ୍ଦୁଝର ଜିଲା ପାଟଣା ଥାନା ହରିଡ଼ାଗୋଠ ଗ୍ରାମରେ ଗୁରୁବାର ରାତିରେ ଜଣେ ମହିଳାଙ୍କ ତାଙ୍କ ସ୍ବାମୀ ତୀରମାଡ଼ କରିଥିବା ବାପଘର ଲୋକେ ଅଭିଯୋଗ କରିଛନ୍ତି। ଗୁରୁତର ମହିଳା ଜଣକ ହେଲେ ସଜନୀ ମୁଣ୍ଡା। ସୂଚନାନୁଯାୟୀ, ସଜନୀ ବାପଘରେ ରହୁଥିବା ବେଳେ ଗୁରୁବାର ରାତିରେ ଖାଇ ସାରି ହାତ ଧୋଉ ଥିବାବେଳେ ତାଙ୍କ ପଛପଟରୁ କେହି ତୀରମାଡ଼ କରିଥିଲେ।
ସଜନୀ କିଛି ବର୍ଷ ତଳେ ହରିଚନ୍ଦନପୁର ଥାନା ହାତୀକୁଚାରେ ବିବାହ କରିଥିଲେ। ଦମ୍ପତିଙ୍କ ମଧ୍ୟରେ କଳହରୁ ସଜନୀ ୧ ମାସ ହେବ ବାପଘରେ ରହୁଥିଲେ। ତୀରମାଡ଼ କରି ଘଟଣାସ୍ଥଳରୁ ସ୍ବାମୀ ଫେରାର ହୋଇଯାଇଛନ୍ତି। ସାହାରପଡ଼ା ଫାଣ୍ଡି ଅଧିକାରୀ ଭବାନୀଶଙ୍କର ବାଦି ଘଟଣାର ତଦନ୍ତ ଜାରି ରଖିଛନ୍ତି।


