ବରଗଡ ଜିଲ୍ଲା ପାଇକମାଳ ବ୍ଲକ ଅଧିନସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟ ଚର୍ଦ୍ଦାପାଲି ପରିସରରେ ଏକ ଭବ୍ୟ ବନମହୋତ୍ସବ ପାଳନ କରାଯାଇଛି। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ପଦ୍ମପୁର ସଦର ଅତିରିକ୍ତ ଜିଲ୍ଲାପାଳ କୁନାଲ୍ ମୋତି ରାମ୍ ଚଘନ। ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଜଙ୍ଗଲ ଅଧିକାରୀ ବିକ୍ରମ ଦେବ ପଟ୍ଟନାୟକ, ଜଙ୍ଗଲ ରେଞ୍ଜର ସୁଦାମ ଜଗଦଲ୍ଲା, ସମାଜସେବୀ ନୀରୋଜ ଦୋରା, ସରପଞ୍ଚ ଉପାସୀ ନାଏକ ଯୋଗ ଦେଇ ଗଛଓ ଜଙ୍ଗଲର ଉପକାରିତା ସମ୍ପର୍କରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୈତାରି ବିଶ୍ଵାଳ ସଭା ପରିଚାଳନା କରିଥିଲେ। ପରବର୍ତ୍ତୀ ସମୟରେ ବିଦ୍ୟାଳୟ ପରିସରରେ ବିଭିନ୍ନ ବୃକ୍ଷ ରୋପଣ କରି ତାର ଯତ୍ନ ନେବା ପାଇଁ ପିଲାମାନଙ୍କୁ ଉପଦେଶ ଦେଇଥିଲେ। ବିଦ୍ୟାଳୟ ର ଅନ୍ୟ କାର୍ଯ୍ୟକର୍ତ୍ତା ବିହାରି ମେହେର, ମଳୟ ଯୋଶୀ, ସୁଦାମ ଦୀପ, ରେବତୀ ଭୋଇ, ଲିପସା ନାଏକ, ବିଳାସିନୀ ଧାରୁଆ, ଲକ୍ଷ୍ମଣ ନାଏକ , ଦେବରାଜ ଥପା ପ୍ରତ୍ୟେକ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦନା କରିଥିଲେ।

