Type Here to Get Search Results !

ଜୁଲାଇ ୩୦ ସୁଦ୍ଧା ବଣ୍ଟାହେବ ସ୍କୁଲ ୟୁନିଫର୍ମ, ଆସନ୍ତା ବର୍ଷରୁ ପରିବର୍ତ୍ତନ ହେବ ଛାତ୍ରୀଙ୍କ ପୋଷାକ ପରିପାଟୀ

 


ଭୁବନେଶ୍ଵର:-

ଆସନ୍ତା ଶିକ୍ଷାବର୍ଷରୁ ବଦଳିବ ସ୍କୁଲ ୟୁନିଫର୍ମ। ପରିପାଟୀଠୁ ଆରମ୍ଭ କରି ରଙ୍ଗର ହେବ ପରିବର୍ତ୍ତନ। ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପୋଷାକରେ ହେବ ପରିବର୍ତ୍ତନ। ଚଳିତ ଶିକ୍ଷାବର୍ଷରେ କୌଣସି ପରିବର୍ତ୍ତନ ହେବ ନାହିଁ। ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ଚଳିତବର୍ଷ ଜୁଲାଇ ୩୦ ସୁଦ୍ଧା ସମସ୍ତ ୟୁନିଫର୍ମ ବଣ୍ଟନ କରାଯିବ।

ଆସନ୍ତା ବର୍ଷରୁ ଛାତ୍ରୀଙ୍କ ପୋଷାକ ପରିପାଟୀରେ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ କରାଯିବ। ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଦୁଇ ହଳ ଫ୍ରକ ପ୍ରଦାନ କରାଯିବ। ଷଷ୍ଠରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ସମସ୍ତ ଛାତ୍ରୀଙ୍କୁ ଦୁଇ ହଳ ଲେଖାଏଁ କମିଜ, ସାଲୱାର ଓବଂ ଓଢଣୀ ଦିଆଯିବ। ତେବେ ରଙ୍ଗ କଣ ହେବ ସେପରି କିଛି ନିଷ୍ପତ୍ତି ନିଆଯାଇ ନାହିଁ। ଆସନ୍ତା ଶିକ୍ଷାବର୍ଷ ପୂର୍ବରୁ ସ୍କୁଲ ୟୁନିଫର୍ମ ନେଇ ସ୍ୱତନ୍ତ୍ର ଗାଇଡଲାଇନ ଜାରି ହେବ।

ଉଲ୍ଲେଖଯୋଗ୍ୟ, ଗତ ମେ ୨୦ ତାରିଖରେ ଓସେପା ପକ୍ଷରୁ ମାଗଣା ଜୋତା, ମୋଜା, ଟି-ସାର୍ଟ, ଟ୍ରାକ୍ ପ୍ୟାଣ୍ଟ, ଟୋପି ଓ ପରିଚୟ ପତ୍ର ନେଇ ଚିଠି କରାଯାଇଥିଲା। ଉଲ୍ଲେଖ ଥିଲା ଜୁନ ୨୦ ତାରିଖ ସୁଦ୍ଧା ସମସ୍ତ ଜିନିଷ ବଣ୍ଟନ କରାଯିବ। ଏନେଇ ପ୍ରଥମେ ପାଣ୍ଠି ପାଇବା ପରେ ସ୍କୁଲ କର୍ତ୍ତୃପକ୍ଷ ବଣ୍ଟନ କରିଥାନ୍ତେ। ମାତ୍ର ସମୟ ସୀମା ମଧ୍ୟରେ ବଣ୍ଟନ ହୋଇପାରିଲା ନାହିଁ। ତେବେ ଗତକାଲି ଓସେପା ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସ୍କୁଲ ପୋଷାକ ବଣ୍ଟନ ନେଇ ଚିଠି କରାଯାଇଛି।



Post a Comment

0 Comments
* Please Don't Spam Here. All the Comments are Reviewed by Admin.