ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଏହି ବଜେଟ୍
ଉପସ୍ଥାପନ କରିଛନ୍ତି। ବର୍ଷ ୨୦୨୪-୨୫ ପାଇଁ ଆର୍ଥିକ
ବଜେଟ୍ ଉପସ୍ଥାପନ କରାଯାଇଛି । ଯେଉଁଥିରେ ବିଭିନ୍ନ କ୍ଷେତ୍ର ପାଇଁ ଆର୍ଥିକ ପ୍ୟାକେଜ୍ ଘୋଷଣା
କରାଯାଇଛି । ବଜେଟ୍ରେ ମୋଟ ୧୧.୧୧ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।ନିର୍ମଳା
ସୀତାରମଣ ତାଙ୍କ ବଜେଟ୍ ଅଭିଭାଷଣରେ କହିଥିଲେ ଯେ, 'ଭାରତର ଅର୍ଥନୀତିର ଅଭିବୃଦ୍ଧି ଅତ୍ୟନ୍ତ ଭଲ ରହିଛି। ଏହା
ସହ ଭାରତର ମୁଦ୍ରାସ୍ଫୀତି ସ୍ଥିର ରହିଛି।
ଏହି ବଜେଟରେ ଗରିବ, ଯୁବପିଢ଼ି, ମହିଳା, କୃଷକ ଇତ୍ୟାଦିଙ୍କୁ ଗୁରୁତ୍ବ ଦିଆଯାଇଥିବା ବେଳେ ସୁନା ଦର କମିଛି। ସୁନା ଓ ରୂପା ଉପରେ ସୀମା ଶୁଳ୍କ ୬ ପ୍ରତିଶତକୁ ହ୍ରାସ ପାଇଛି, ଯାହାଦ୍ବାରା ଏହା ଶସ୍ତା ହେବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଭାଷଣରେ ସୁନା ଓ ରୂପା ଉପରେ ସୀମା ଶୁଳ୍କ ୬ପ୍ରତିଶତକୁ ହ୍ରାସ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହା ବ୍ୟତୀତ ସେ ପ୍ଲାଟିନମ ଉପରେ ସୀମା ଶୁଳ୍କ ୬.୪ପ୍ରତିଶତକୁ ହ୍ରାସ କରିବା ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବା ପରେ ସୁନା, ରୂପା ଏବଂ ପ୍ଲାଟିନମର ମୂଲ୍ୟ ହ୍ରାସ ପାଇବ। ମୋବାଇଲ୍ ଫୋନ୍ ଏବଂ ଚାର୍ଜର୍ ଉପରେ ସୀମା ଶୁଳ୍କ ୧୫ପ୍ରତିଶତ ହ୍ରାସ କରାଯାଇଛି। ଏହି କାରଣରୁ, ବର୍ତ୍ତମାନ ମୋବାଇଲ୍ ଫୋନ୍ ପୂର୍ବ ଅପେକ୍ଷା ଶାସ୍ତା ହେବ। ଏହା ବ୍ୟତୀତ ଯେଉଁସବୁ ଜିନିଷ ଉପରୁ ସୀମା ଶୁଳ୍କ ହ୍ରାସ କରାଯାଇଛି ସେଗୁଡ଼ିକ ହେଲା, ୩ଟି କର୍କଟ ଔଷଧ, ଏକ୍ସରେ ଟ୍ୟୁବ୍, ଫ୍ଲାଟ ପ୍ୟାନେଲ ଡିଟେକ୍ଟର, ୨୫ଟି କ୍ରିଟିକାଲ ମିନେରାଲ, ସୋଲାର ସେଲ ଓ ପ୍ୟାନେଲ, ସାମୁଦ୍ରିକ ଚିଙ୍ଗୁଡ଼ି ଓ ମାଛ, ଚମଡା ଓ ବୟନ ଶିଳ୍ପ ଉତ୍ପାଦ, ଫେରୋ ନିକେଲ, ବ୍ଲିଷ୍ଟର କପର, ଇଲେକ୍ଟ୍ରୋନିକ ସାମଗ୍ରୀ, ସାର, ଟେଲିକମ ଉପକରଣ, କ୍ରୁଜ୍ ଯାତ୍ରା ଇତ୍ୟାଦି। ସେହିପରି ସିଗାରେଟ, ବିମନାଯାତ୍ରା, ପ୍ଲାଷ୍ଟିକ୍ ସାମଗ୍ରୀ, ଫ୍ଲେକ୍ସ ବ୍ୟାନର, ଆମୋନିୟମ ନାଇଟ୍ରେଟ୍, ଟେଲିକମ୍ ତଥା ଟେକ୍ସଟାଇଲ ଦ୍ୱାରା ବୃଦ୍ଧି ହୋଇଛି ଏହି ବଜେଟ ରେ।
ବିଭିନ୍ନ ଆୟ ଅନୁସାରେ ବ୍ୟକ୍ତିଗତ ଆୟକର ଘୋଷଣା
କରାଯାଇଛି । ନୂଆ ଟିକସ ବ୍ୟବସ୍ତାରେ ଏକ ବଡ଼ ପରିବର୍ତ୍ତନ ହୋଇଛି । ବାର୍ଷିକ ୧୨-୧୫ ଲକ୍ଷ ଆୟ
କରୁଥିବା ବ୍ୟକ୍ତିଙ୍କ ପାଇଁ ୨୦% ଟିକସ ପ୍ରଦାନ କରାଯିବ । ବାର୍ଷିକ ୧୫ ଲକ୍ଷରୁ ଅଧିକ ଆୟ ପାଇଁ
ଆୟକର ୩୦% ଧାର୍ଯ୍ୟ କରାଯାଇଛି ।


