Type Here to Get Search Results !

ବିଟ ହାଉସରେ ଚାଲିଛି ଜୁଆ ଆଡ୍ଡା !!

 


କୁଜଙ୍ଗ :-

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ରେଞ୍ଜ ଅଧୀନ ନୂଆଗାଁ ଉପ ବନଖଣ୍ଡର ବନପାଳ ରବିବାର ଛୁଟି ଦିବସରେ ବିଟ ହାଉସରେ କିଛି କାଠ ଚୋରାଙ୍କୁ ଧରି ଜୁଆ ଖେଳୁଥିବା ବେଳେ ନୂଆଗାଁର ବିକାଶ ପ୍ରଧାନ ସେଠାରେ ପହଞ୍ଚି ଜୁଆ ଖେଳକୁ ବିରୋଧ କରିବା ସାଙ୍ଗକୁ ସେ ଦୃଶ୍ୟର ଭିଡିଓ କରିଥିଲେ। ବିଟ ହାଉସ କାନ୍ଥରେ ଲେଖାଯାଇଥିବା ବନ ବିଭାଗର କେତେକ ନିୟମ ବିଷୟରେ ପଚାରି ବୁଝିବା ସହ ସୁଚିତ ଟେଲିଫୋନ ନମ୍ବର କାହିଁକି ଲାଗୁନି ପଚାରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ସଂପୃକ୍ତ ବନ ପାଳ ବିକାଶକୁ ମାଡ଼ ମାରିବା ସହ ତାଙ୍କୁ ହରିଣ ଶିକାର ଓ ଗଛ କାଟିବା କେସରେ ଫସାଇ ଦେବେ ବୋଲି ଧମକ ଦେଇଥିବା ନେଇ ଅଭୟଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗ ପାଇଲା ପରେ ପ୍ରାଥମିକ ସ୍ତରରେ ଘଟଣାର ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ରାଜକିଶୋର ବେହେରା କହିଛନ୍ତି।

ଏଠାରେ ସୂଚନାଯୋଗ୍ୟ କି ସଂପୃକ୍ତ ଵନ ପାଳ ଏଠାରେ ଦୀର୍ଘ ବର୍ଷ ବନ ରଖି ଭାବେ କାର୍ଯ୍ୟ କରିଥିବାବେଳେ ପରେ ପଦୋନ୍ନତି ପାଇ ଵନ ପାଳ ଭାବେ ପ୍ରାୟ ଏକ ବର୍ଷ ହେବ କାର୍ଯ୍ୟ କରିଛନ୍ତି। ସାଧାରଣତଃ ବନ ରଖି ମାନେ ବିଟ ହାଉସ ଦାୟିତ୍ଵ ରେ ରହିବା ସହ ତାକୁ ତାଙ୍କ ବାସସ୍ଥାନ ରୂପେ ବ୍ୟବହାର କରିବାର ନିୟମ ଅଛି। ଏଠାରେ ବନ ରଖି ପଦବୀ ଖାଲି ଥିବାରୁ ସଂପୃକ୍ତ ବନ ପାଳ ବିଟ ହାଉସ ରେ ପରିବାର ନେଇ ରହୁଛନ୍ତି। ଉକ୍ତ ବନ ପାଳ ବନ ରଖି ଥିବା ସମୟରେ ତାଙ୍କ ନାମରେ ଜଙ୍ଗଲ ଓ ଝାଟି କାଟି ବିକିବା ଭଳି କାମ ସାଧାରଣ ରେ ଆଲୋଚନାର ବିଷୟ ପାଲଟିଥିଲା। ଏହି ଘଟଣା ସାମାଜିକ ଗଣ ମାଧ୍ୟମରେ ଘୁରି ବୁଲୁଥିବା ବେଳେ, ଏ ସମ୍ପର୍କରେ କୁଜଙ୍ଗ ରେଞ୍ଜ ଅଧିକାରୀ କର୍ତିକେଶ୍ୱର ଖଣ୍ଡାଇଙ୍କୁ ପଚାରିବାରୁ ସେ ଜୁଆ ଖେଳକୁ ଅସ୍ବୀକାର କରିବା ସହ କେତେଜଣ ମିଶି କରି ତାସ ଖେଳୁଥିଲେ ବୋଲି କହିଛନ୍ତି। ବିକାଶ ହଠାତ୍ ପହଞ୍ଚି ବ୍ୟବହାର ଖରାପ କରିବା ସାଙ୍ଗକୁ ଭିଡିଓ କରିବାରୁ ବନ ପାଳ ପ୍ରତିବାଦ କରିଥିଲେ ବୋଲି କହିଛନ୍ତି।


Post a Comment

0 Comments
* Please Don't Spam Here. All the Comments are Reviewed by Admin.