Type Here to Get Search Results !

ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ


ପିପିଲି :-

ଶନିବାର ଦିନ ଅପରାହ୍ନରେ ଦଳଭାଣପୁରୁ ଉପ୍ରା ବିଦ୍ୟାଳୟ ପରିସରରେ ଗଛ ଲଗାଇବା ସହ ବାଣପୁରର ଆଞ୍ଚଳିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମୁଖ୍ୟ ଅତିଥି ରୂପେ ପୁରୀ ଜିଲ୍ଲା ସହଶିକ୍ଷାଅଧିକାରି ହିମାଂଶୁଭୂଷଣ ସମରଥ ଯୋଗଦେଇ ତାଙ୍କ ବକ୍ତବ୍ୟରେ ମୋଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଶିକ୍ଷା ସପ୍ତାହ ପାଳନ,ଇ- ଯାଦୁଇ ପିଟାରା ଆଦି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଧନ କେନ୍ଦ୍ରର ସଂଯୋଜକ ଜସିମ ଉଦ୍ଧିନ ଖାଁ , ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା ଦାସଙ୍କ ପ୍ରତ୍ୟଷ ତତ୍ତ୍ଵାବଧାନରେ ସମସ୍ତ ଉପସ୍ଥିତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଓ ପୁରୀ ଜିଲ୍ଲା ସହ ଶିକ୍ଷା ଅଧିକାର ଶ୍ରୀହିମାଂଶୁ ଭୁଷଣଙ୍କ ଉପସ୍ଥିତିରେ ଆକାଶୀ,ଆମ୍ବ,ଵଉଳକୋଳି,ନିମ୍ବ, କଦମ୍ବ ଗଛ ଆଦି ୩୦ରୁ ଉର୍ଦ୍ଦ ଚାରା ରୋପଣ କରାଯାଇଥିଲା। ପିପିଲି ରୁ ଦିବାକର ପ୍ରଧାନଙ୍କ ରିପୋର୍ଟ 



Post a Comment

0 Comments
* Please Don't Spam Here. All the Comments are Reviewed by Admin.