ବର୍ତମାନ ସାରା ବିଶ୍ୱରେ ଓଡ଼ିଶାର ଜଗନ୍ନାଥ ଧାମ ପୁରୀ ରଥଯାତ୍ରା ଓ ରତ୍ନ ଭଣ୍ଡାରକୁ ନେଇ ଚର୍ଚାରେ l ରଥଯାତ୍ରା ପ୍ରତେକ ବର୍ଷ ହୋଇଥାଏ କିନ୍ତୁ ଚଳିତ ବର୍ଷର ରଥଯାତ୍ରା ବିଶେଷ ମହତ୍ୱ ରଖୁଛି, କାହିଁକିନା ଚଳିତଥର ମହାପ୍ରଭୁ ଜଗନ୍ନାଥଙ୍କର ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ ଚର୍ଚାରେ ରହିଛି | ଦୀର୍ଘ ୪୬ ବର୍ଷ ପରେ ପୁନର୍ବାର ଖୋଲିବାକୁ ଯାଉଛି , ଏହା ପୂର୍ବରୁ ୧୯୭୮ ମସିହାରେ ଖୋଲା ଯାଇଥିଲା ରତ୍ନ ଭଣ୍ଡାର | ଦୀର୍ଘ ଦିନରୁ ସାଢେ ଚାରି କୋଟି ଓଡ଼ିଆଙ୍କର ଦାବି ରହି ଆସୁଥିଲେ ରତ୍ନ ଭଣ୍ଡାର ଖୋଲାଯିବାକୁ ନେଇ | କିନ୍ତୁ କେତେବେଳେ ଏହା ଚାବି ହଜିବା ପ୍ରସଙ୍ଗକୁ ନେଇ ତ୍ରୁଟି ରହୁଥିଲା ତ ଆଉ କେତେବେ ରାଜନୈତିକ ଦୃଷ୍ଟି କୋଣରୁ ବାଧା ଉପୁଜୁଥିଲା | କିନ୍ତୁ ଆଜି ସେହିଦିନ ଉପନୀତ ହୋଇ ସାରିଛି l
ରତ୍ନ ଭଣ୍ଡାର ଖୋଲା ଯିବାକୁ ନେଇ ବିଶେଷ SOP କମିଟି ଗଠନ ହୋଇଥିଲା, ଏବଂ ଏହି କମିଟିରେ ମନ୍ଦିର ମରାମତି ସହିତ ଭଗବାନଙ୍କ ଆଭୂଷଣ ର ମରାମତି ପ୍ରସଙ୍ଗ ଆଲୋଚନା ହୋଇଥିଲା l ଯେଉଁଥିରେ ନିର୍ଧାରଣ ହୋଇଥିଲା ରତ୍ନ ଭଣ୍ଡାର ଖୋଲାଯିବା ପ୍ରସଙ୍ଗ l ଏହି କମିଟି ଗୋଟିଏ ଗ୍ରୁପ କୁ ଏଥିପାଇଁ ଦାୟିତ୍ୱ ଦିଆଯାଇଛି l ଏହି ଗ୍ରୁପ ରେ ପ୍ରବନ୍ଧକ ସଦସ୍ୟ, ଏ ଏସ ଆଈ ପ୍ରତିନିଧି , ରିଜର୍ଭ ବ୍ୟାଙ୍କ ପ୍ରତିନିଧି, ମାଜିଷ୍ଟେଟ ଶାମିଲ ରହିବେ l ବୈଠକ ରେ ନିର୍ଧାରଣ ହୋଇଥିଲା ଯେ ପାରମ୍ପରିକ ପୋଷାକ ରେ ପ୍ରଥମେ ପୂଜକ ଲୋକନାଥ ଙ୍କୁ ପୂଜାର୍ଚନା କରିବେ l ଏବଂ ଏହାପରେ ସର୍ବ ପ୍ରଥମେ ଗୋଟିଏ ସ୍ନେକ ହେଲ୍ପ ଲାଇନ ର ସଦସ୍ୟ ଯିବେ, ଯିଏକି ସାପ ଧରାଳୀ ହୋଇଥିବେ l
ରାଜ୍ୟ ସରକାର ଙ୍କ ସୁପାରିଶ ରେ ଜୁଲାଇ ୧୪ ତାରିଖ ରେ ରତ୍ନ ଭଣ୍ଡାର ଖୋଲାଯିବ ପାଇଁ ସୁପାରିଶ କରାଯାଇ ଥିଲା, ଏହାପରେ କମିଟି ଦ୍ୱାରା ଗଠିତ ୧୬ ଜଣ ସଦସ୍ୟ ବିଶିଷ୍ଟ ଉଚ୍ଚ ସ୍ତରୀୟ ସମିତି ୧୪ ଜୁଲାଇ ଦିନ ଗୋଟାଏ ବେଳକୁ ରତ୍ନ ଭଣ୍ଡାର ଖୋଲିବାର ମୁହୂର୍ତ୍ତ ସ୍ଥିର କରାଯାଇ ଥିଲା l
ରତ୍ନଭଣ୍ଡାର କୁ ପ୍ରବେଶ କରିବା ପାଇଁ ସଦସ୍ୟ ମାନେ ମଠା ପାଟ ଧୋତି ପିନ୍ଧି ପ୍ରବେଶ କରିବେ , ଏବଂ ନିର୍ଦ୍ଧିଷ୍ଟ ବଣିଆ ଏଥିପାଇଁ ନିଯୁକ୍ତ ହୋଇଛନ୍ତି l ଯେଉଁମାନେ ଅଳଙ୍କାର ଗୁଡିକ ର ତଦାରଖ କରିବେ l ସ୍ନେକ ହେଲପ ଲାଇନ ସଦସ୍ୟ ମାନେ ଏଠାରେ ଉପସ୍ଥିତ ରହିବେ l ଏହାଛଡା ଆମ୍ବୁଲାନ୍ସ ସହିତ ଡାକ୍ତରୀ ଦଳ ମଧ୍ୟ ଉପସ୍ଥିତ ରହିବେ l

.jpeg)
