ଭୁବନେଶ୍ୱର:-
ଶୁକ୍ରବାର ସରିବ ଯୁକ୍ତ ୨ ନାମଲେଖା ଆବେଦନ । ଯୁକ୍ତ ୨ ପାଇଁ ମୋଟ ୫ ଲକ୍ଷ ୨୪ ହଜାର ୨୦୫ ସିଟ୍ ରହିଛି। ଏଥିରୁ ଗୁରୁବାର ରାତି ୧୧ଟା ସୁଦ୍ଧା ମୋଟ ୫ ଲକ୍ଷ ୩ ହଜାର ୯୩୩ ଜଣ ପଞ୍ଜିକରଣ କରିଥିବା ବେଳେ ୪ ଲକ୍ଷ ୬୯ ହଜାର ୬୬୪ ଜଣ ଆବେଦନ କରିଛନ୍ତି । ଏଥିରୁ ୪ ଲକ୍ଷ ୬୫ ହଜାର ୨୫୧ ଜଣ ଅନ୍ଲାଇନ ଫି ଦାଖଲ କରିଛନ୍ତି ।
ସୂଚନାଯୋଗ୍ୟ, ଜୁନ୍ ୭ରୁ ଜୁଲାଇ ୬ ତାରିଖ ଯାଏ ଆବେଦନ ସୁଯୋଗ ଦିଆଯାଇଥିଲା । ପିଲାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜୁଲାଇ ୧୨ ଯାଏ ଏହାକୁ ବୃଦ୍ଧି କରାଯାଇଛି । ଜୁଲାଇ ୨୦ରେ ପ୍ରଥମ ଚୟନ ତାଲିକା ପ୍ରକାଶ ପାଇବ । ଚୟନ ହୋଇଥିବା ଶିକ୍ଷାର୍ଥୀମାନେ ୨୨ରୁ ୨୭ ତାରିଖ ମଧ୍ୟରେ ନାମ ଲେଖାଇବେ । ନିଜ ପସନ୍ଦର କଲେଜର ପ୍ରଥମ ସିଲେକ୍ସନରେ ନାମ ଲେଖାଇଥିବା ପିଲାମାନେ ୩୦ ତାରିଖ ମଧ୍ୟରେ ଅନ୍ଲାଇନ୍ରେ ସ୍ଲାଇଡ୍ ଅପ୍ କରିପାରିବେ । ଅଗଷ୍ଟ ୫ରେ ଦ୍ୱିତୀୟ ଚୟନ ତାଲିକା ପ୍ରକାଶ ପାଇବ । ୭ରୁ ୧୦ ତାରିଖ ମଧ୍ୟରେ ନାମଲେଖା ହେବ । ଅଗଷ୍ଟ ୧୨ରୁ ୧୪ ଯାଏ ସ୍ପଟ୍ ନାମଲେଖା ପାଇଁ ଚଏସ୍ ଲକିଂ ସୁଯୋଗ ଦିଆଯିବ । ୨୦ରେ ସ୍ପଟ୍ ନାମଲେଖା ତାଲିକା ପ୍ରକାଶ ପାଇବ । ଏଥିରେ ଚୟନ ହୋଇଥିବା ପିଲାମାନେ ୨୨ରୁ ୨୮ ତାରିଖ ମଧ୍ୟରେ ନାମ ଲେଖାଇବେ ।

.jpeg)
