Type Here to Get Search Results !

ୱେବ ମିଡ଼ିଆ ସାମ୍ବାଦିକା ଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

 


ଭୁବନେଶ୍ୱର :-

ଭୁବନେଶ୍ୱର ର ଜଣେ ୱେବ ମିଡ଼ିଆ ସାମ୍ବାଦିକା ଆତ୍ମହତ୍ୟା ଘଟଣା ଏବେ ଚଞ୍ଚଲ୍ୟ ସୃଷ୍ଟି କରିଛି। ଆଜି ଉକ୍ତ ୱେବ ମିଡ଼ିଆ ସାମ୍ବାଦିକା ମଧୁସ୍ମିତା ପରିଡା ଙ୍କ ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେବା ପରବର୍ତୀ ସମୟରେ ତାଙ୍କ ଆତ୍ମହତ୍ୟା ଏକ ସଂଶୟ ସୃଷ୍ଟି କରିଛି।

ଘଟଣା ଅନୁସାରେ ଏକ ୱେବ ମିଡ଼ିଆ ରେ କାର୍ଯ୍ୟ କରୁଥିବା ସାମ୍ବାଦିକା ମଧୁସ୍ମିତା ପରିଡା ଆଜି ଭୁବନେଶ୍ୱର ଶିଶୁଭବନ ନିକଟରେ ଥିବା ରେଳ ଓଭରବ୍ରିଜ ରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଗତ ଚାରିମାସ ପୂର୍ବେ ତାଙ୍କ ବିବାହ ହୋଇଥିଲା। ତେବେ ପୋଲିସ ର ପ୍ରାଥମିକ ତଦନ୍ତ ଅନୁସାରେ ପାରିବାରିକ କାରଣରୁ ମଧୁସ୍ମିତା ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୋଲିସ ଅନୁମାନ କରୁଛି। ତେବେ ଅଧିକ ତଦନ୍ତ ପରେ ହିଁ ପ୍ରକୃତ କାରଣ ଜଣା ପଡିବ। ବ୍ୟୁରୋ ରିପୋର୍ଟ 



Post a Comment

0 Comments
* Please Don't Spam Here. All the Comments are Reviewed by Admin.