Type Here to Get Search Results !

ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବି ପତ୍ର ଦେଲେ ସ୍ୱଚ୍ଛ ସାଥୀ ଓ ସୁପରଭାଇଜର ସଙ୍ଘ

  

ଝାରସୁଗୁଡା :-

ଝାରସୁଗୁଡା ଜିଲ୍ଲା ସ୍ଥିତ ତିନୋଟି ପୌର ପରିଷଦ ଝାରସୁଗୁଡା, ବ୍ରଜରାଜନଗର, ବେଳପାହାଡ ତଥା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ କାର୍ଯ୍ୟରତ ସ୍ୱଚ୍ଛ ସାଥୀ ଓ ସୁପରଭାଇଜର ମାନେ ନିଜର ବିଭିନ୍ନ ଦାବି କୁ ନେଇ ବୁଧବାର ଦିନ ଝାରସୁଗୁଡା ଜିଲ୍ଲାପାଳ ଙ୍କ ଜରିଆରେ ମୂଖ୍ୟମନ୍ତ୍ରୀ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ସୂଚନା ଯୋଗ୍ୟ ଦୀର୍ଘ ୪ ବର୍ଷ ରୁ ଉର୍ଦ୍ଧ ସମୟ ଧରି ସରକାର ଙ୍କ ଅଧିନରେ ଉଭୟ ଅନଲାଇନ ଓ ଅଫଲାଇନ ଜରିଆରେ ଏ ମାନେ ନିଷ୍ଠା ର ସହିତ କାମ କରି ଆସୁଛନ୍ତି। ସରକାର ଙ୍କ ନିର୍ଦ୍ଦେଶ ମୁତାବକ ସହର ରୁ ସଂଗୃହିତ ଅଳିଆ ଆବର୍ଜନା ପୃଥକିକରଣ କରିବା ସହିତ ଘର କୁ ଘର ସର୍ବେ କରିବା, ସ୍ୱଚ୍ଛ ସର୍ବେକ୍ଷଣ, ଗାରିମା ସର୍ବେ, ୟୁଜର୍ଶ ଫି ସଂଗ୍ରହ କରୁଛନ୍ତି। କୋରୋନା କାଳ ରେ ଯେତେ ବେଳେ ଲୋକେ ଘରୁ ବାହାରି ବାକୁ ଡରୁଥିଲେ ସେତେବେଳେ ନିଜ ଜୀବନ କୁ ବାଜି ଲଗାଇ ଏ ମାନେ ପ୍ରତ୍ୟେକ ଘର କୁ ଘର ବୁଲି ଲୋକଙ୍କୁ ସଚେତନ କରିବା ସହିତ ଲୋକଙ୍କୁ ସେବା ଯୋଗାଇ ଥିଲେ। କିନ୍ତୁ ଦୁର୍ଭାଗ୍ୟ ର ବିଷୟ ଯେ ଏତେ ବର୍ଷ ଧରି ସରକାର ଙ୍କ ନିର୍ଦ୍ଦେଶ କ୍ରମେ ନିଷ୍ଠା ର ସହିତ କାମ କଲା ପରେ ମଧ୍ୟ ସରକାରୀ ଅବହେଳା ର ଶିକାର ହୋଇ ଆସୁଛନ୍ତି। ସରକାର ଙ୍କ ଅଧିନରେ ସରକାରୀ ସେବା ରେ ନିୟମିତ ଭାବେ କାମ କରିଥିଲେ ସୁଦ୍ଧା ସରକାର ଆମକୁ ନିଜ କର୍ମଚାରୀ ଭାବେ ଗ୍ରହଣ କରି ନାହାନ୍ତି ଏଵଂ ଅନ୍ୟ କର୍ମଚାରୀ ଙ୍କ ପରି ସର୍ବନିମ୍ନ ଦରମା କିମ୍ବା ସମ୍ମାନ ଦିଆଯାଇନାହିଁ ବୋଲି ଅଭିଯୋଗ କରିଛନ୍ତି। ସରକାର ଦ୍ବାରା ବିନା କୌଣସି ନିଯୁକ୍ତି ପତ୍ର ରେ ସ୍ୱଚ୍ଛ ସାଥୀ ଓ ସୁପରଭାଇଜର ମାସିକ ଦରମା ୪ ଓ ୮ ହଜାର ଦରମା ରେ ନିୟୋଜିତ କରାଯାଇଥିବା ବେଳେ ବହୁ ଦାବି ପରେ ନିକଟ ରେ ତାଙ୍କୁ ବୃଦ୍ଧି କରି ୮ ଓ ୧୨ ହଜାର ଟଙ୍କା କରାଯାଇଥିଲା। ଅତି ଦୁର୍ଭାଗ୍ୟ ବିଷୟ ଯେ ରାଜ୍ୟ ର ତିନୋଟି ସହରାଞ୍ଚଳ କୁ ଛାଡି ଦେଲେ ବାକି ମାନେ ବର୍ଦ୍ଧିତ ଦରମା ରୁ ବଞ୍ଚିତ ଅଛନ୍ତି। ଏହି ସବୁ ସମସ୍ୟା କୁ ନେଇ ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।



Post a Comment

0 Comments
* Please Don't Spam Here. All the Comments are Reviewed by Admin.