Type Here to Get Search Results !

କର୍ମ କ୍ଷେତ୍ରରେ ମହିଳା କର୍ମଚାରୀ ଙ୍କୁ ସୁରକ୍ଷା ସମ୍ପର୍କୀତ କର୍ମଶାଳା ଅନୁଷ୍ଠିତ।

 



କ୍ଷେତ୍ରରେ ମହିଳା କର୍ମଚାରୀ ଙ୍କୁ ଯୌନ ନିର୍ଯାତନାରୁ ସୁରକ୍ଷା ସମ୍ପର୍କରେ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଆଜି ପୂର୍ବାହ୍ନରେ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଯୋଗ ଦେଇ କର୍ମ କ୍ଷେତ୍ରରେ ଉପଯୁକ୍ତ ସମ୍ମାନ ର ସହ ମହିଳା ମାନେ କାର୍ଯ୍ୟ ନିର୍ବାହ କରିବା ପାଇଁ ମାନ୍ୟବର ସୁପ୍ରିମକୋର୍ଟ ଓ ସରକାର ଅନେକ ପଦକ୍ଷେପ ନେଇଛନ୍ତି।ତେଣୁ ସତକୁ ଲୁଚାଇବାନି କିମ୍ବା ମିଛକୁ ପ୍ରଶୟ ନ ଦେଇ କୌଣସି କ୍ଷେତ୍ରରେ ଘଟଣାର ଶୀକାର ହେଲେ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବାକୁ ସେ ଅନୁରୋଧ କରିଥିଲେ।ପ୍ରତ୍ୟେକ ବିଭାଗ ରେ ମହିଳା ନିର୍ଯ୍ୟାତନା ରୋକିବା ସମ୍ପର୍କରେ ଇଣ୍ଟରନାଲ କମ୍ପ୍ଲେନ କମିଟି ବା ଆନ୍ତଃ ଅଭିଯୋଗ କମିଟି କାର୍ଯ୍ୟ କରୁଛି।ସେହିପରି ବ୍ଲକ ଓ ଜିଲ୍ଲା ସ୍ତରରେ ମଧ୍ୟ ଆନ୍ତଃ ଅଭିଯୋଗ କମିଟି ଓ ଲୋକାଲ ଅଭିଯୋଗ କମିଟି କାର୍ଯ୍ୟ କରୁଛି ଯାହା ତୁରନ୍ତ ନ୍ୟାୟ ପ୍ରଦାନ ରେ ସହାୟକ ହୋଇଥାଏ ବୋଲି ଶ୍ରୀ ସେଠୀ ସୂଚନା ଦେଇଥିଲେ।ପରିବାର କଲ୍ୟାଣ ଏଡିଏମଓ ଡା ଚନ୍ଦ୍ରକାନ୍ତି ନାୟକ ଯୋଗ ଦେଇ କର୍ମ କ୍ଷେତ୍ରରେ ମହିଳା ମାନଙ୍କର ସ୍ଥିତି, ସେମାନଙ୍କ ଦାୟିତ୍ୱ, ଆଇନ ର ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ।



ବିଷୟ ବିଶାରଦ ବା ରିସୋର୍ସ ପର୍ସନ ଭାବେ ବରିଷ୍ଠ ଆଇନଜିବୀ ମୋହନ ସୁନ୍ଦର ଜେନା, ରଚିତା ରାଉତରାୟ, ଶ୍ରାବଣୀ ଦାସ ,ଶିଶୁ ସୁରକ୍ଷା ୟୁନିଟ ର ଲିଗାଲ ଅଫିସର ସନ୍ତୋଷ କୁମାର ସାହୁ ବିସ୍ତୃତ ଆଲୋଚନା କରି ୧୯୯୭ ମସିହାରେ ବିଶାଖା ଗାଇଡ ଲାଇନ ଅନୁସାରେ ମହିଳା ଙ୍କୁ କର୍ମକ୍ଷେତ୍ରରେ ସୁରକ୍ଷା ଦେବା ପାଇଁ ଏହି ଆଇନ ପ୍ରଣୟନ ହୋଇ ଥିବା ବେଳେ ୨୦୧୩ରୁ ଏହା ସମଗ୍ର ଦେଶରେ କାର୍ଯ୍ୟ କାରୀ ହୋଇ ଆସୁଛି।ମହିଳା ମାନ ଙ୍କୁ କର୍ମ କ୍ଷେତ୍ରରେ ସୁରକ୍ଷା ସହ ଉପଯୁକ୍ତ ତଦନ୍ତ ପରେ  ଆଇନ ଅନୁଯାୟୀ ଦୋଷୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ର ମଧ୍ୟ ବ୍ଯବସ୍ଥା ରହିଛି।ତେଣୁ ବ୍ୟାପକ ଜନ ସଚେତନତା ସୃଷ୍ଟି ଏହାକୁ ଅଧିକ ଫଳପ୍ରଦ କରି ପାରିବ ବୋଲି ସେମାନେ କହିଥିଲେ।ଭବିଷ୍ୟତରେ ଏହି ସଚେତନତା କାର୍ଯ୍ୟକ୍ରମକୁ ପଞ୍ଚାୟତ ଓ ବ୍ଲକ ସ୍ତରରେ ଆୟୋଜନ କରାଗଲେ ଅଧିକ ସଚେତନ କରାଯାଇ ପାରିବ ବୋଲି ସେମାନେ କହିଥିଲେ।ପ୍ରାରମ୍ଭରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶର୍ମିଷ୍ଠା ହୋତା ସମସ୍ତଙ୍କୁ ସ୍ୱାଗତ କରିବା ସହ କର୍ମଶାଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ପ୍ରୋଗ୍ରାମ ଅଫିସର ସୁହାଗୀ ହେମ୍ବ୍ରମ ଧନ୍ୟବାଦ ଅର୍ପଣ କରିଥିଲେ।କର୍ମଶାଳା ରେ ଜିଲ୍ଲା ସଂଯୋଜକ ବାଲ୍ୟବତୀ ମହାନ୍ତି, ବିଭିନ୍ନ ବ୍ଲକର ସିଡିପିଓ, ସୁପରଭାଇଜର ଓ ବିଭିନ୍ନ ବିଭାଗ କର୍ମଚାରୀ ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.