ଉଦଳା: -
ଚୋରା ଚାଲାଣ ହେଉଥିଲା ମୂଲ୍ୟବାନ ଶାଗୁଆନ କାଠ, ମାଡ଼ି ବସିଲା ବନ ବିଭାଗ, ଜବତ କରିଲା ଲକ୍ଷାଧିକ ଟଙ୍କା ମୂଲ୍ୟର ଶାଗୁଆନ କାଠ। ଉଦଳା ବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଆଜି ଭୋର ସମୟରେ ବନାଞ୍ଚଳ ଅଧୀନ ବାଲିଚିଲିମା ଛକ ନିକଟରେ ଚଢ଼ଉ କରିଥିଲା। ଏହି ସମୟରେ ଏକ ପିକଅପରେ ମୂଲ୍ୟବାନ ଶାଗୁଆନ କାଠ ବାଲେଶ୍ୱର ଚାଲାଣ ହେଉଥିବା ଦେଖିବାକୁ ପାଇଥିଲା।
ଜବତ ପିକଅପରେ ୨୯ ଗୋଟି ଶାଗୁଆନ କାଠର ଲଗ ରହିଛି। ଯାହାର ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାଯାଇଛି। ଏହି କାଠ ଉଦଳା ଅଞ୍ଚଳରୁ ବାଲେଶ୍ୱର ଅଭିମୁଖେ ଚୋରା ଚାଲାଣ ହେଉଥିଲା। ସବୁଠାରୁ ବଡ଼ କଥା ହେଲା ଏହି ଜବତ ପିକଅପର ଅବସ୍ଥାକୁ ଦେଖିଲେ କେବଳ ଏହି ଚୋରା କାରବାର ନିମନ୍ତେ ପିକଅପକୁ ବ୍ୟବହାର କରିବାକୁ ରଖା ଯାଇଥିବା ସ୍ପଷ୍ଟ ଅନୁମାନ ହେଉଛି।

.jpeg)