Type Here to Get Search Results !

କାଉଡିଆଙ୍କୁ ହତ୍ୟା କଲେ ଦୁର୍ବୁତ୍ତ

 


ବିହାର : -

କାଉଡିଆଙ୍କୁ ହତ୍ୟା । ବିହାର ବାଙ୍କାରେ ଘଟିଛି ଏଭଳି ଘଟଣା । ବିଶ୍ୱ ପ୍ରସିଦ୍ଧ ଶ୍ରାବଣ ମେଳା ଚାଲିଥିବା ସମୟରେ ଲୁଟେରାମାନେ ଜଣେ କାଉଡିଆଙ୍କୁ ହତ୍ୟା କରି ମୋବାଇଲ ସହ ଟଙ୍କା ଲୁଟିନେଇଛନ୍ତି । କାଟୋରିଆ ପୁଲିସ ଷ୍ଟେସନ ଅନ୍ତର୍ଗତ ସୁଲତାନଗଞ୍ଜ-ଦେଓଘର ମୁଖ୍ୟ ରାସ୍ତାରେ ଜଣେ କାଉଡିଆ ଲୁଟେରାଙ୍କ ଆକ୍ରମଣରେ ଗୁରୁତର ଆହତ କରିଥିଲେ।

ମିଳିଥିବା ସୂଚନା ମୁତାବକ ଯେ ଅଜ୍ଞାତ ଅପରାଧୀମାନେ ତାଙ୍କୁ ଏକ ନିଛାଟିଆ ରାସ୍ତାରେ ଲୁଟୁଥିଲେ। ଯେତେବେଳେ କାଉଡିଆ ଜଣକ ବିରୋଧ କରିଥିଲେ, ତାଙ୍କୁ ଛୁରୀରେ ଆକ୍ରମଣ କରାଯାଇଥିଲା। ମୃତକଙ୍କ ନାମ ଆଶିଷ ମଣ୍ଡଳ ବୋଲି ଜଣାପଡିଛି। ସେ ତାଙ୍କର ୧୩ ଜଣ ସାଙ୍ଗଙ୍କ ସହ ମିଶି ଜଳାଭିଷେକ ପାଇଁ ଯାଉଥିଲେ ।


ଏହି ସମୟରେ ସମସ୍ତ ସାଙ୍ଗମାନେ ଖାଦ୍ୟ ରାନ୍ଧିବା ପାଇଁ ରାତିରେ ଏକ ଧର୍ମଶାଳା ନିକଟରେ ରହିଥିଲେ। ରହଣି ସମୟରେ କିଛି ଲୁଟେରା ଆଶିଷ ମଣ୍ଡଳଙ୍କୁ ଆକ୍ରମଣ କରି ମୋବାଇଲ ଛଡ଼ାଇ ନେଇଥିଲେ। ଯେତେବେଳେ ସେ ଏହାକୁ ବିରୋଧ କରିଥିଲେ, ସେତେବେଳେ ତାଙ୍କ ବେକରେ ଛୁରୀ ସାହାଯ୍ୟରେ ଆକ୍ରମଣ କରାଯାଇଥିଲା। ଏହି ସମୟରେ, ତାଙ୍କ ଚିତ୍କାର ଶୁଣିବା ପରେ ସହକର୍ମୀମାନେ ଧାଇଁଯାଇଥିଲେ ।

ଆଉ ସେ ଗୁରୁତର ଅବସ୍ଥାରେ ପଡିରହିଥିଲେ । ପରେ ସେମାନେ ଶୀଘ୍ର ତାଙ୍କୁ ହସ୍ପିଟାଲକୁ ନେଇଥିଲେ, ଯେଉଁଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ପରିପ୍ରେକ୍ଷୀରେ ବେଲହର ଏସଡିପିଓ ରାଜକିଶୋର କୁମାର କହିଛନ୍ତି ଯେ ପ୍ରାଥମିକ ତଦନ୍ତ ଅନୁଯାୟୀ ମାମଲା ସନ୍ଦେହଜନକ ମନେ ହେଉଛି। ଘଟଣାର ଅଧିକ ତଦନ୍ତ କରୁଛି ପୁଲିସ ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.