Type Here to Get Search Results !

ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି

 


କଣ୍ଟାବାଞ୍ଜି :-

ତୁରେକେଲା ବ୍ଲକ ବୁରୋମାଳ ପଞ୍ଚାୟତ ଅଫିସରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଦିବସ ପାଳନ ଅନୁଷ୍ଠିତ ହୋଇଥିଲା । ତୁରେକେଲା ବ୍ଲକ ଉନ୍ନୟନ ଅଧିକାରୀ ଶଙ୍କର୍ଷଣ ବେହେରା ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଆପତ୍ତି ଗ୍ରହଣ କରିଥିଲେ । ବୁରୋମାଳ ସରପଞ୍ଚ ଜଗନ୍ନାଥ ନାଗ , କାର୍ଯ୍ୟନିର୍ବାହୀ ଅଧିକାରୀ ଶିବବଲ୍ଲବ ପାଣିଗ୍ରାହୀ , ଜିପିଡିଓ ଗଜାନନ ନାଏକ , ଏପିଓ ଇନ୍ଦ୍ରମଣି ସୁନା , ଏମ.ଆଇ. ମାଝିବାବୁ  , ଡିପିସିଓ ଅଭିନାଶ ଭୋଇ ମହେଶ ପୁଟେଲ  ଜିଓ ଟେକ  ବାଣ୍ଟୁ ନାଗ ସହ ପଞ୍ଚାୟତର ବିଭିନ୍ନ ଅଙ୍ଗନବାଡି ସେଣ୍ଟରର ଅଙ୍ଗନବାଡି କର୍ମୀ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ ।  ଆଜିର ଏଜି  ଅଭିଯୋଗ ଶୁଣାଣିରେ ୩୦୦ ପଞ୍ଜୀକୃତ କରିଥିବା ବେଳେ ଭତ୍ତା ପାଇଁ ୨୬ ଜଣ , ୧୨୦ ଜଣ ଆବାସ  ଯୋଜନା , ୧୦୨ ଖାଉଟି କାର୍ଡ ସହ ଅନ୍ୟ ସମସ୍ୟା ସମାଧାନ ପାଇଁ ଅଭିଯୋଗ କରିଥିବା ଜଣା ଯାଇଛି । 



Post a Comment

0 Comments
* Please Don't Spam Here. All the Comments are Reviewed by Admin.