ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ଭୋର 4 ଘଟିକା ସମୟରେ ଫେରୁଥିବା ବେଳେ ଏକ ଦୁର୍ଘଟଣା ଘଟି ଅଛି. ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇ ଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଭୁବନେଶ୍ୱର କ୍ୟାପିଟାଲ ଡାକ୍ତର ଖାନାରେ ଚିକିତ୍ସା ଥିବା ଜାଣିବାକୁ ମିଳି ଅଛି. ଏହି ଦୁର୍ଘଟଣା ଘଟିଅଛି ପୁରୀ ଭୁବନେଶ୍ୱର 316 ଜାତୀୟ ରାଜପଥ ତେଇଶିପୁର ପାଖରେ.ଖବର ପାଇ ସାତଶଙ୍ଖ ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ମଲ୍ଲିକ ସାକ୍ଷୀଗୋପାଳ ଡାକ୍ତର ଖାନାରେ ପହଞ୍ଚି ମୃତ ଶବକୁ ଜବତ କରି ଥିବା ବେଳେ ଆଉ ଗୋଟେ ମୃତ ଶରୀରକୁ ଭୁବନେଶ୍ୱର କ୍ୟାପିଟାଲ ଡାକ୍ତର ଖାନାରେ ଜବତ କରି ବ୍ୟବଚ୍ଛେଦ ପାଇଁ ପଠା ଯାଇଛି . ମୃତକ ଯୁବତୀ ହେଉ ଛନ୍ତି ଖୋର୍ଦ୍ଧା ଜିଲ୍ଲା ହରିଦାସପୁର ପ୍ଲଟ ନଂ 526 ର ସରସ୍ବତୀ ରାଉତ (30). ବୋଲି ଜାଣିବାକୁ ମିଳିଥିବା ବେଳେ ଅନ୍ୟ ଜଣେ ଗୋପାଳ ସିଂ (30)କାର ଚାଳକ ରାହୁଲ ପାଠକ ସରସ୍ବତୀ ଓ ଗୋପାଳଙ୍କ ମୃତ୍ୟୁ ଘଟି ଥିବା ବେଳେ ଗାଡି ଚାଳକ ରାହୁଲ ଚିକିତ୍ସା ଧୀନ ଅଛି.


