Type Here to Get Search Results !

ରେକର୍ଡ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ୨ ଘଣ୍ଟା ୮ ମିନିଟ୍ ଧରି ପଢ଼ିଲେ ପୂର୍ଣ୍ଣାଙ୍ଗ ବଜେଟ୍ । ଗରିବ, କୃଷକ, ମହିଳା, ଯୁବକଙ୍କ ଉପରେ ଫୋକସ

 


ଖ୍ୟମନ୍ତ୍ରୀଙ୍କ ନୂଆ ରେକର୍ଡ। ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୁରୁବାର ଏକ ବିରଳ ରେକର୍ଡ଼ ସୃଷ୍ଟି କରିଛନ୍ତି। ସେ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବା ପାଇଁ ଦୀର୍ଘ ୨ ଘଣ୍ଟା ୮ ମିନିଟ୍ ‌ଗୋଟିଏ ସ୍ଥାନରେ ଛିଡ଼ା ହୋଇ ନିରବଚ୍ଛିନ୍ନ ଭାବେ ପଢ଼ିଛନ୍ତି। ବିଧାନସଭାରେ ଏହା ହେଉଛି ସର୍ବକାଳୀନ ରେକର୍ଡ ।

ପୂର୍ବରୁ କେହି ଏତେ ସମୟ ବଜେଟ ପଢିନଥିଲେ । ନିଜ ପାଖରେ ଅର୍ଥବିଭାଗ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ସନ୍ଧ୍ୟା ୫ଟାରୁ ୭ଟା ୮ମିନିଟ୍ ଯାଏଁ ଗୃହରେ ରାଜ୍ୟ ବଜେଟ୍ ଉପସ୍ଥାପନ କରିଥିଲେ।

ମୋଟ ୨ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ ହୋଇଛି, ଯାହା ପୂର୍ବ ବର୍ଷ ତୁଳନାରେ ୧୫ ପ୍ରତିଶତ ଅଧିକ। ବଜେଟରେ ପ୍ରାୟ ସବୁ ବର୍ଗଙ୍କୁ ଗୁରୁତ୍ବ ଦେଇଛନ୍ତି ମୋହନ ସରକାର। ବିଶେଷକରି ଗରିବ, କୃଷକ, ମହିଳା ଓ ଯୁବବର୍ଗଙ୍କ ଉପରେ ଅଧିକ ଫୋକସ ଦିଆଯାଇଛି। ବଡ଼ କଥା ହେଉଛି, ପୂର୍ବ ସରକାର ଯେଉଁସବୁ ଯୋଜନା ଆରମ୍ଭ କରିଥିଲେ, ସେସବୁର ନାମ ପରିବର୍ତ୍ତନ କରିଛନ୍ତି ମୋହନ ସରକାର। ଏହାସହ କିଛି ନୂଆ ଯୋଜନା ପାଇଁ ବଜେଟରେ ବ୍ୟୟବରାଦ ହୋଇଛି।



Post a Comment

0 Comments
* Please Don't Spam Here. All the Comments are Reviewed by Admin.