Type Here to Get Search Results !

ବଜେଟ: ବଦଳିଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ନାଁ

 


ଭୁବନେଶ୍ବର:-

ମୋହନ ମାଝୀଙ୍କ ସରକାର ଓଡ଼ିଶାର ଜନସାଧାରଣଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ବ ଦେଇଛନ୍ତି। ଏଥି ପାଇଁ ସରକାର ୨୧ ହଜାର ୨ ଶହ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରଖିଛନ୍ତି। ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ନାମ ପରିବର୍ତ୍ତନ କରିଛନ୍ତି। ଏହି ଯୋଜନାର ନାମ ଆୟୁଷ୍ମାନ ଯୋଜନା ରଖିଛନ୍ତି। ଆୟୁଷ୍ମାନ ଏଥିରେ ଆୟୁଷ୍ମାନ ଭାରତ ଯୋଜନାରେ ୫୦୦ କୋଟି, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ୫୪୫୦ କୋଟି, ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିସନ ଯୋଜନାରେ ୨୪୬୨ କୋଟି ଓ ଜାତୀୟ ସ୍ବାସ୍ଥ୍ୟ ମିସନ ସାମିଲ ରହିଛି।

ବଜେଟ୍‌ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଚଳିତ ବର୍ଷର ଆର୍ଥିକ ବଜେଟ୍‌ ଗତବର୍ଷ ତୁଳନାରେ ୩୨ ପ୍ରତିଶତ ଅଧିକ।


ମୋହନ ମାଝୀ କହିଛନ୍ତି, ନିର୍ବାଚନ ପୂର୍ବ ଇସ୍ତାହାରରେ ପ୍ରତିଶ୍ରୁତି ଅନୁଯାୟୀ ସରକାର ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ରାଜ୍ୟର ନିଜସ୍ବ ସ୍ବାସ୍ଥ୍ୟ ବୀମା ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ସଂଯୋଜନ ମାଧ୍ୟମରେ ଯୋଗ୍ୟ ପରିବାରମାନଙ୍କୁ ସରକାରୀ ଓ ବେସରକାରୀ ସ୍ବାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ କ୍ୟାସଲେସ ସ୍ବାସ୍ଥ୍ୟ ସେବା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏହା ଦ୍ବାରା ରାଜ୍ୟ ରାଜକୋଷ ଉପରେ ବୋଝ କମିବ। ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ଲୋମାନେ ଦେଶର ସମସ୍ତ ରାଜ୍ୟର ୨୭ ହଜାରରୁ ଅଧିକ ତାଲିକାଭୁକ୍ତ ସରକାରୀ ଓ ଘରୋଇ ଡାକ୍ତରଖାନାରେ କ୍ୟା‌ସଲେସ ଚିକିତ୍ସା ସୁବିଧା ପାଇପାରିବେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.