IND Vs SL: ପୁଣି ଚମକିଲେ ସୂର୍ଯ୍ୟ । ପୁଣି ଜିତିଲା ଭାରତ । ବର୍ଷା ବାଧାପ୍ରାପ୍ତ ମ୍ୟାଚ୍ରେ ଶ୍ରୀଲଙ୍କା ଉପରେ ଭାରି ପଡିଥିଲେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ୨ୟ ଟ୍ବେଣ୍ଟି ଟ୍ବେଣ୍ଟିରେ ସହଜ ବିଜୟ ହାସଲ କରିଛି ଭାରତୀୟ ଦଳ । ଏହା ସହିତ ୩ ଟିକିଆ ଟି୨୦ ସିରିଜ୍ରେ ୨-୦ରେ ଆଗୁଆ ସିରିଜ୍ କବ୍ଜା କରିନେଇଛି ଟିମ୍ ଇଣ୍ଡିଆ ।
ବର୍ଷା ବାଧାପ୍ରାପ୍ତ ମ୍ୟାଚ୍ରେ DLS ମେଥୋଡ୍ରେ ଜିତିଛି ଭାରତ । ୭ ଓ୍ବିକେଟ୍ରେ ପରାସ୍ତ ହୋଇଛି ଶ୍ରୀଲଙ୍କା ।
ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ହୋଇଥିବା ଘରୋଇ ଶ୍ରୀଲଙ୍କା ନିର୍ଦ୍ଧରାତ ଓଭରରେ ୯ ଓ୍ବିକେଟ୍ ହରାଇ ସଂଗ୍ରହ କରିଥିଲା ୧୬୧ ରନ୍ । ଦଳ ପକ୍ଷରୁ କୁଶଲ ପେରେରା ଅର୍ଦ୍ଧଶତକୀୟ (୫୩ ରନ୍) ଇନିଂସ ଖେଳିଥିଲେ । ୧୬୨ ରନ୍ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ଟିମ୍ ଇଣ୍ଡିଆ ମାତ୍ର ୩ ଟି ବଲ ଖେଳିଥିବା ବେଳେ ଆରମ୍ଭ ହୋଇଥିଲା ବର୍ଷା । ଯାହା ଫଳରେ DLS ମେଥୋଡ୍ ଲାଗୁ କରାଯାଇଥିଲା । ଫଳରେ ଭାରତକୁ ୮ ଓଭରରେ ଆବଶ୍ୟକ ଥିଲା ୭୮ ରନ୍ । ଯାହାକୁ କି ଭାରତ ୬.୩ ଓଭରରେ ୩ ଓ୍ବିକେଟ୍ ହରାଇ ହିଁ ହାସଲ କରିନେଇଛି ।

.jpeg)