ମୋନିକା ବାତ୍ରା ହେଉଛନ୍ତି ପ୍ରଥମ ଭାରତୀୟ ଟେବୁଲ ଟେନିସ ଖେଳାଳି ଯିଏକି ଅଲିମ୍ପିକ୍ସରେ ୧୬ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଏହି ବିଜୟରେ ଏକ ବିଶେଷ କଥା ହେଲା ଯେ ମୋନିକା ବିଶ୍ୱ ର଼୍ୟାଙ୍କିଙ୍ଗରେ ୨୮ତମ ସ୍ଥାନରେ ଅଛନ୍ତି ଏବଂ ର଼୍ୟାଙ୍କିଙ୍ଗରେ ମୋନିକାଙ୍କଠାରୁ ଦଶଟି ଉପରେ ଅଛନ୍ତି ପ୍ରୀତିକା ପାୱାଡେ।
ଏହାପୂର୍ବରୁ, କୌଣସି ଭାରତୀୟ ମହିଳା ଟେବୁଲ ଟେନିସ ଖେଳାଳି ଅଲିମ୍ପିକ୍ସରେ ୩୨ ରାଉଣ୍ଡରୁ ଅଧିକ ଯାଇପାରି ନ ଥିଲେ। ମୋନିକା ମଧ୍ୟ ଏହି ରେକର୍ଡ ଭାଙ୍ଗିଛନ୍ତି। ଉଲ୍ଲେଖଥାଉ କି, ଟୋକିଓ ଅଲିମ୍ପିକ୍ସରେ ପୁରୁଷ ସିଙ୍ଗଲ୍ସରେ ଶରତ କମଲ ୩୨ ରାଉଣ୍ଡରେ ପହଞ୍ଚିଥିଲେ।

.jpeg)
