Type Here to Get Search Results !

ଏଣିକି ମିଳିବ 3500 ଟଙ୍କା ଭତ୍ତା, ମୋହନ ସରକାର ବଜେଟ ରେ ନେଲେ ବଡ଼ ନିଷ୍ପତ୍ତି

 


ମୋହନ ସରକାର ନିଜର ପ୍ରଥମ ସାଧାରଣ ବଜେଟ୍ ଘୋଷଣା କରିଛନ୍ତି। ଏହି ବଜେଟ୍ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ୨ଲକ୍ଷ ୬୫ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ଏହା ୨ଲକ୍ଷ ୩୦ ହଜାର କୋଟି ଟଙ୍କା ଥିବା ସମୟରେ ଚଳିତ ଥର ଏହା ୧୫ ପ୍ରତିଶତ ବୃଦ୍ଧି ପାଇଛି।

ବଜେଟରେ ମୋହନ ସରକାର ସବୁଦିଗ ପ୍ରତି ଧ୍ୟାନ ଦେଇଛନ୍ତି।

ଏହି କ୍ରମରେ ରାଜ୍ୟ ସରକାର ଭତ୍ତା ଟଙ୍କାକୁ ବଢ଼ାଇଛନ୍ତି । ସରକାର ସାମାଜିକ ସୁରକ୍ଷା ଭତ୍ତା ଟଙ୍କା ରାଶି ବଢାଇଛନ୍ତି । ବର୍ତ୍ତମାନ ସାମାଜିକ ସୁରକ୍ଷା ଭତ୍ତା ଆକାରରେ ୩ ହଜାର ୫ଶହ ଟଙ୍କା ମିଳିବ ।

ପ୍ରଥମ ପର୍ଯ୍ୟାୟରେ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ବର୍ଦ୍ଧିତ ଭତ୍ତା ଟଙ୍କା ମିଳିବ ବୋଲି ମୋହନ ସରକାର ଘୋଷଣା କରିଛନ୍ତି। ୮୦ ପ୍ରତିଶତରୁ କମ୍‌ ହୋଇନଥିବା ଭିନ୍ନକ୍ଷମ ପାଇବେ ଏହି ବର୍ଦ୍ଧିତ ଭତ୍ତା ଟଙ୍କା ପାଇପାରିବେ । ବିଜୁ ସେତୁର ନାଁ ପରିବର୍ତ୍ତନ କରି ସେତୁ ବନ୍ଧନ ଯୋଜନା କରାଯାଇଛି ।

ଏଥିପାଇଁ ୧୯ଶହ ୯୦ କୋଟି ଟଙ୍କା ବ୍ଯୟବରାଦ କରାଯାଇଛି। ଓଡ଼ିଶା ସରକାର ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଯୋଜନା ଅଭିଯାନ ବା ପିଏମ-ଉଷା ଆପଣାଇଛନ୍ତି । ନୂଆ-ଓ ଯୋଜନାର ନାଁ ବଦଳାଇ ମୁଖ୍ଯମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଆରମ୍ଭ ହେବ ।

ଏଥିପାଇଁ ୭୦୧ କୋଟି ଟଙ୍କାର ବ୍ଯୟବରାଦ କରାଯାଇଛି । ଗୋଦାବରିଶ ବିଦ୍ଯାର୍ଥୀ ପ୍ରୋତ୍ସାହନ ଯୋଜନାରେ ଛାତ୍ରଛାତ୍ରୀଙ୍କୁ ମିଳିବ ଲାପଟପ । ମିଲେଟ ମିଶନ ନାଁକୁ ପରିବର୍ତ୍ତନ କରି ଶ୍ରୀଅନ୍ନ ଅଭିଯାନ କରିଛନ୍ତି ମୋହନ ସରକାର ।

ଏଥିପାଇଁ ୬୪୯ କୋଟି ଟଙ୍କା ବ୍ଯୟବରାଦ ହୋଇଛି । ବିଜୁ ପକ୍କାଘର ନାଁ ପରିବର୍ତ୍ତନ କରି ଲାଗୁ ହୋଇଛି ଅନ୍ତ୍ଯୋଦୟ ଗୃହ ଯୋଜନା । ପିଏମ ଆବାସ ଓ ଅନ୍ଯ ଆବାସ ଯୋଜନାରେ ସାମିଲ ହୋଇନଥିବା ଲୋକଙ୍କୁ ଏହି ଯୋଜନାରେ ପକ୍କାଘର ମିଳିବ । ଏହି ଯୋଜନା ପାଇଁ ୧୦୫ କୋଟି ଟଙ୍କା ବ୍ଯୟବରାଦ ହୋଇଛି ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.