ନୂଆଦିଲ୍ଲୀ :-
ଆଜିଠୁ ଭାରତ-ଜିମ୍ବାୱେ ମୁକାବିଲା । ଟି-୨୦ ବିଶ୍ବକପରେ ସଫଳତା ପରେ ଭାରତୀୟ ଟିମର ମନୋବଳ ଦୃଢ ରହିଛି, ଗିଲଙ୍କ ନେତୃତ୍ୱରେ ସିରିଜ୍ ମୂଳପୋଛ ପାଇଁ ଲକ୍ଷ୍ୟ ରଖିଛି ଦଳା ତେବେ ପ୍ରଥମ ଦୁଇଟି ମ୍ୟାଚରେ ବିଶ୍ୱବିଜେତା ଦଳ କୌଣସି ଖେଳାଳି ଖେଳିବେ ନାହିଁ ବୋଲି ଜଣାପଡିଛିା ସେହିପରି ମୁଖ୍ୟ ପ୍ରଶିକ୍ଷକ ଭାବେ ରାହୁଲ ଦ୍ରାବିଡଙ୍କ କାର୍ୟ୍ୟକାଳ ଶେଷ ହୋଇଥିବା ବେଳେ କାମଚଳା ପ୍ରଶିକ୍ଷକ ଭାବେ ଭିଭିଏସ ଲକ୍ଷ୍ମଣଙ୍କ ତତ୍ବାବଧାନରେ ପଡିଆ ଓହ୍ଲାଇବ ଭାରତୀୟ ଦଳା ଅଧିନାୟକ ଭାବେ ଶୁଭମନ୍ ଗିଲ ଆଇପିଏଲରେ ନିଜର ଦକ୍ଷତା ଦେଖାଇସାରିଥିବା ବେଳେ ଏହି ଶୃଙ୍ଖଳାରେ ତାଙ୍କ ପ୍ରଦର୍ଶନ ଉପରେ କ୍ରିକେଟ ପ୍ରେମୀଙ୍କ ନଜର ରହିଛି ।


