Type Here to Get Search Results !

ଫାଇଭ-ଟି ସ୍କୁଲର ମହାକେଳେଙ୍କାରୀ ; କାନ୍ଥରେ ରଙ୍ଗମାରି ଚଳୁ କରିଦେଲେ କୋଟି କୋଟି ଟଙ୍କା, କେନ୍ଦ୍ରାପଡ଼ାର ୩୫୪ଟି ସ୍କୁଲର ଗୁମର

 


ଫାଇଭ୍-ଟି ସ୍କୁଲର ମହାକେଳେଙ୍କାରୀ। ରୂପାନ୍ତରିକରଣ ନାଁରେ କୋଟି କୋଟି ଟଙ୍କା ମହାଲୁଟ୍ ଅଭିଯୋଗ। ରଙ୍ଗ ମାରି ପାଖାପାଖି ୧୫୯ କୋଟି ଟଙ୍କା ଚଳୁ କରାଯାଇଥିବା ଅଭିଯୋଗ ହୋଇଛି। ମୋ ସ୍କୁଲ୍ ଅଭିଯାନ, କର୍ପୋସ ଫଣ୍ଡ, ରାଜ୍ୟରେ ପ୍ରତ୍ୟେକ ହାଇସ୍କୁଲର ରୁପନ୍ତରିକରଣ ପାଇଁ ୪୫ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଥିଲା। ହେଲେ ରଙ୍ଗ ମାରି ଟଙ୍କା ହରିଲୁଟ୍ କରାଯାଇଥିବା ବଡ଼ ଅଭିଯୋଗ ହୋଇଛି।

ଏଭଳି ଘଟଣା ଘଟିଛି କେନ୍ଦ୍ରପଡା ଜିଲ୍ଲାରେ ।

ଜିଲ୍ଲା ପ୍ରଶାସନ ହେଡମାଷ୍ଟରଙ୍କୁ ଚିଠି କରି ବ୍ଲକକୁ ଟଙ୍କା ନେଇ ଯାଉଥିଲେ। ମନଇଚ୍ଛା କରୁଥିଲେ ନିର୍ମାଣ କାମ। କେବଳ କେନ୍ଦ୍ରାପଡ଼ା ଜିଲ୍ଲାର ୩୫୪ଟି ସ୍କୁଲରୁ ଏପରି ଅଭିଯୋଗ ଆସିଛି। ଯୋଜନାର ସର୍ତ୍ତାବଳୀ ଅନୁସାରେ ୫ରୁ ୧୦ ପ୍ରତିଶତ, ସ୍କୁଲ ମେଣ୍ଟେନାନ୍ସ ବାବଦରେ ଖର୍ଚ୍ଚ ହେବ। ଦୁଇଟି ସ୍ମାର୍ଟ କ୍ଲାସ ରୁମ୍, ଗୋଟିଏ ସ୍ମାର୍ଟ ଲାଇବ୍ରେରୀ, ଗୋଟିଏ ସାଇନ୍ସ ଲ୍ୟାବ୍ କରାଯିବ। ଏହାର ଆନୁଷଙ୍ଗିକ ସ୍କୁଲ୍ କମିଟି, ଓ ହେଡ ମାଷ୍ଟର କିଣିବେ। ସ୍କୁଲ୍ର ମରାମତି, ଅନ୍ୟାନ୍ୟ ସିଭିଲ ୱାର୍କ ପାଇଁ ଏକ କମିଟି ଗଠନ ହେବ। ସ୍କୁଲ୍ କମିଟି, ଯାହା ଆବଶ୍ୟକ କରିବ ସେହି ଅନୁଯାୟୀ ଏଷ୍ଟିମେଣ୍ଟ ପ୍ରସ୍ତୁତ କରାଯିବ। ସେହି ଅର୍ଥରୁ ଅଳ୍ପ କିଛି ବ୍ଲକ୍ ଆକାଉଣ୍ଟକୁ ଦିଆଯିବ ଓ ବ୍ଲକ୍ କାମ କରିବ। କିନ୍ତୁ ଏଠି ହେଡମାଷ୍ଟରଙ୍କ ଆକାଉଣ୍ଟକୁ ଯେତିକି ଅର୍ଥ ଆସିଲା, ହେଡମାଷ୍ଟରଙ୍କୁ କୁହାଗଲା ସମସ୍ତ ପଇସା, ବ୍ଲକ୍ ଆକାଉଣ୍ଟ କୁ ଦେବା ପାଇଁ। ଏଣୁ ବ୍ଲକ୍ କରିବ କାମ। ହେଲେ କାମ କଣ ହେଲା, ଅନେକ ସ୍କୁଲରେ ଥିବା ପୁରୁଣା ଡେସ୍କ ବେଞ୍ଚରେ ରଙ୍ଗ ମାରି ନୂଆ ଦର୍ଶା ଗଲା। ପୁରୁଣା ଫ୍ୟାନ୍, ଯେଉଁଠି ଭଙ୍ଗା ଦଦରା କାନ୍ଥ ରେ ରଙ୍ଗ ମାରି ବିଲ କରାଗଲା ତ କେଉଁଠି ନିମ୍ନ ମାନର ଡେସ୍କ ବେଞ୍ଚ କିଣି ବିଲ କରାଯାଇଥିବା ଅଭିଯୋଗ ହୋଇଛି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.