ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳିମାଡ଼ ପରେ ଚର୍ଚ୍ଚା ଜୋର୍ ଧରିଛି। ମୃତ୍ୟୁକୁ ଅତି ନିକଟରୁ ଦେଖିବା ପରେ ମଧ୍ୟ ସେ ସୌଭାଗ୍ୟବଶତଃ ବଞ୍ଚିଯାଇଛନ୍ତି। ତେବେ ଟ୍ରମ୍ପଙ୍କୁ ମହାପ୍ରଭୁ ଜଗନ୍ନାଥ ବଞ୍ଚାଇ ଦେଇଥିବା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ନିଶ୍ଚିତ ମୃତ୍ୟୁରୁ ବର୍ତ୍ତି ଯାଇଛନ୍ତି ବୋଲି ଇସ୍କନ କୋଲକାତାର ଉପସଭାପତି ତଥା ପ୍ରବକ୍ତା ରାଧାରମଣ ଦାସ ସୋସିଆଲ୍ ମିଡିଆ ଏକ୍ସରେ ଉଲ୍ଲେଖ କରିଛନ୍ତି।

