ସରିଲା ମହାବାହୁଙ୍କ ଜନ୍ମବେଦୀ ଲୀଳାଖେଳା। ଆଜି ଶ୍ରୀମନ୍ଦିରକୁ ବାହୁଡୁଛନ୍ତି ମହାବାହୁ। ଭଉଣୀ ସୁଭଦ୍ରା ଓ ଭାଇ ବଳଭଦ୍ରଙ୍କ ସହ ସ୍ୱଗୃହକୁ ଆସୁଛନ୍ତି କାଳିଆ ଠାକୁର। ବଡଦାଣ୍ଡ ଭକ୍ତମୟ। ଚାରିଆଡେ ଆଧ୍ୟାତ୍ମିକ ପରିବେଶ। ରଥରେ ସୁନାବେଶ ଓ ଅଧରପଣା ନୀତି ପରେ ଠାକୁରଙ୍କ ଶ୍ରୀମନ୍ଦିରରେ ଲୀଳା ଆରମ୍ଭ ହେବ। ବର୍ଷକଯାକ ଭକ୍ତମାନେ ଏଇଠାରେ ମହାବାହୁଙ୍କ ଦର୍ଶନ କରିବେ ଆଉ ନିଜକୁ ଧନ୍ୟ କରିବେ।
ପୁରାଣରେ ପୁରୀଧାମକୁ ପୃଥିବୀର ବୈକୁଣ୍ଠ ବୋଲି କୁହାଯାଏ। ଏହା ଭଗବାନ ବିଷ୍ଣୁଙ୍କର ଚାରୋଟି ବାସସ୍ଥାନ ମଧ୍ୟରୁ ଗୋଟିଏ। ବ୍ରହ୍ମ ଏବଂ ସ୍କନ୍ଦ ପୁରାଣ ଅନୁଯାୟୀ ଭଗବାନ ବିଷ୍ଣୁ ଏଠାରେ ପୁରୁଷୋତ୍ତମ ନୀଳମାଧବ ଭାବରେ ଅବତାରିତ ହୋଇ ଶବର ଜନଜାତିର ସର୍ବୋଚ୍ଚ ଦେବତା ହୋଇଯାଇଥିଲେ। ଏନେଇ ଜ୍ୟେଷ୍ଠ ପୂର୍ଣ୍ଣିମା ଠାରୁ ଆଷାଢ ପୂର୍ଣ୍ଣିମା ପର୍ଯ୍ୟନ୍ତ ଶବର ଜାତିର ଦଇତାପତି ଜଗନ୍ନାଥଙ୍କ ସମସ୍ତ ରୀତିନୀତି ପାଳନ କରନ୍ତି।
Live Updates: ଶ୍ରୀମନ୍ଦିରକୁ ଫେରୁଛନ୍ତି କଳିଆ ସାଆନ୍ତ, ବଡ଼ଦାଣ୍ଡେ ଲାଗିଛି ଗହଳି

