Type Here to Get Search Results !

ଝିଅ ବାହାଘର ପାଇଁ ରଖିଥିଲେ ସୁନା ଗହଣା, ସବୁ ଲୁଟିନେଲେ ଦୁର୍ବୃତ୍ତ

 



ହାଟଡିହୀ:-

କେନ୍ଦୁଝର ଜିଲା ନନ୍ଦିପଦା ଥାନା ଗୋପ ଗ୍ରାମରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ପୋଲିସ କେସ୍‌ ନଂ ୨୧୭/୨୦୨୪ରେ ଏକ ମାମଲା ରୁଜୁ କରିଥିବା ବେଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଅଭିଯୋଗରୁ ଜଣାଯାଇଛି ଯେ, ଅବସରପ୍ରାପ୍ତ ତହସିଲ କର୍ମଚାରୀ ହାଟଡିହୀ ପଞ୍ଚାୟତ ଗୋପ ଗ୍ରାମର ଯତୀନ୍ଦ୍ର ବୈଠାଙ୍କ ପରିବାର ଲୋକ ଶନିବାର ରାତିରେ ଖାଇପିଇ ଶୋଇଥିଲେ।

କିନ୍ତୁ ଅନ୍ୟ ଏକ କୋଠରିରେ ଥିବା ଆଲମାରିରେ ସୁନା, ଗହଣା ଏବଂ ଟଙ୍କା ରଖିଥିଲେ। କିନ୍ତୁ ସେହି ଘରେ କେହି ଶୋଇ ନ ଥିଲେ। ଫଳରେ ଚୋରମାନେ ଏହାର ସୁଯୋଗ ନେଇ ଘରର ପଛପଟ ଝରକା ଗ୍ରୀଲ୍‌ ଭାଙ୍ଗି ଦେଇ ଘର ଭିତରେ ପଶିଥିଲେ। ଏଥିସହ ଘର ଭିତର ପଟୁ କବାଟ ଦେଇ ଲୁଟ୍‌ପାଟ କରି ଫେରାର ହୋଇଯାଇଥିଲେ।


ପରିବାର ଲୋକ ଉକ୍ତ କୋଠରିକୁ ଯିବାକୁ ଚାହିଁଲା ବେଳକୁ କବାଟ ଖୋଲି ନ ଥିଲା। ଘର ପଛପଟକୁ ଯାଇ ଦେଖିଲା ବେଳକୁ ଝରକା ଗ୍ରୀଲ୍‌ ଭାଙ୍ଗିଛି। ଝିଅ ବାହାଘର ପାଇଁ ଆଗୁଆ କିଣିକି ଘରେ ରଖିଥିବା ପ୍ରାୟ ୧୦ ଲକ୍ଷ ଟଙ୍କା ମୂଲ୍ୟର ସୁନା, ଗହଣା, ଅଳଙ୍କାର ସବୁ ଚୋରି ହୋଇଥିବା ବେଳେ ୧୦ ହଜାର ଟଙ୍କା ମଧ୍ୟ ଚୋରି ହୋଇଯାଇଛି। ରାଣୀହାର ୧ଟା, ହାର ୨ଟା, ସୁନା ବଳା ୧ହଳ, ସୁନା କାନଫୁଲ ୩ହଳ, ଚେନ୍‌ ୧ଟା, ସୁନା ମୁଦି ୩ଟା ଚୋରି ହୋଇଛି। ଫଳରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଥାନା ଅଧିକାରୀ ରବୀନ୍ଦ୍ର ପାତ୍ର କହିଛନ୍ତି, ଅଭିଯୋଗକାରୀଙ୍କୁ ବିଭିନ୍ନ ବିଷୟରେ ପଚାରି ବୁଝି ତଦନ୍ତ ଚଳାଇଛୁ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.