କଟକ:-
ବାପାକୁ ହତ୍ୟା ଘଟଣାରେ ପୁଅକୁ ଆଜୀବନ ସଶ୍ରମ କାରାଦଣ୍ଡ । ଦଣ୍ଡାଦେଶ ଦେଲେ କଟକ ଦ୍ଵିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ଆଜୀବନ କାରାଦଣ୍ଡ ସହିତ ୧୦ ହଜାର ଜରିମାନା । ଜରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲଦଣ୍ଡ। ୨୦୧୮ ମସିହା ଅଗଷ୍ଟ ୧୮ ତାରିଖରେ ଘଟିଥିଲା ଏହି ହତ୍ୟାକାଣ୍ଡ । ହାଇକୋର୍ଟର କର୍ମଚାରୀ ମୁରଲୀଧର ସାହୁଙ୍କୁ ପେଟ୍ରୋଲ ଢାଳି ହତ୍ୟା କରିଥିଲା ପୁଅ ସନ୍ତୋଷ ସାହୁ ।
ମର୍କତନଗର ଥାନା ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ପୁଅ ସନ୍ତୋଷକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । କଟକ ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ମାମଲାର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ୨୪ ଟି ଦସ୍ତାବିଜ ଓ ୨୮ ଜଣ ସାକ୍ଷୀଙ୍କ ଵୟାନ ପ୍ରଦାନ କରାଯାଇଥିଲା । ସମସ୍ତ ତଥ୍ୟ ପ୍ରମାଣ ପାଇବା ପରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଆସମୀକୁ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଏହି ମାମଲା ଆଡ଼ସିନାଲ ପବ୍ଲିକ ପ୍ରସ୍ୟୁକୁଟର ବିଶ୍ୱଜିତ ବରାଳ ପରିଚାଳନା କରୁଥିଲେ ।

