ନୂଆଦିଲ୍ଲୀ:-
ବିଚ୍ ରାସ୍ତାରେ ଗଣମାଧ୍ୟମ ଉପସ୍ଥାପିକାଙ୍କୁ ଅସଦାଚରଣ । ମହିଳା ଉପସ୍ଥାପିକା ଓ ତାଙ୍କ ଉଭଣୀଙ୍କୁ ମାଡ ମାରିବା ସହ ଡ୍ରେସ ଚିରି ଦେଲେ ଯୁବକ । ଏଭଳି ଘଟଣା ଘଟିଛି ଉତ୍ତରାଖଣ୍ଡ ହରିଦ୍ବାରର ବାଗୱାଲାରେ । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଦୁଇ ଯୁବକଙ୍କୁ ଗିରଫ କରିଛି । ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ନ୍ୟୁଜ୍ ଚ୍ୟାନେଲର ଜଣେ ମହିଳା ଆଙ୍କର କାମ ସାରି ତାଙ୍କ ଭଉଣୀଙ୍କ ସହ କାର ଯୋଗେ ଘରକୁ ଯାଉଥିଲେ ।
ଏନେଇ ମହିଳା ଆଙ୍କର ଜଣଙ୍କ ବାଗୱାଲା ପୋଲିସ ଷ୍ଟେସନ ଚେକ୍ ପୋଷ୍ଟରେ ପୋଲିସକୁ ସୂଚନା ଦେଇଥିଲେ । ତେବେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ତାକୁ ପଚରାଉଚରା ପରେ ସୋମବାର ଅନ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ଇସମାଇଲପୁର ଗାଁର ଅର୍ଜୁନ ଏବଂ ଶିବମ ବୋଲି ଜଣାପଡ଼ିଛି ।