Type Here to Get Search Results !

ଶ୍ରୀମନ୍ଦିରରେ ୪ ଘଣ୍ଟା ନୀତିକାନ୍ତି ବିଳମ୍ବ, ବିବାଦ ଯୋଗୁଁ ଅଟକିଛି ମହାପ୍ରଭୁଙ୍କ ବିବାହ ନୀତି

 



ପୁରୀ :-

ଶ୍ରୀମନ୍ଦିରରେମହାପ୍ରଭୁଙ୍କ ନୀତିକାନ୍ତି ୪ ଘଣ୍ଟା ବିଳମ୍ବ ହୋଇଛି । ପୂଜାପଣ୍ଡା ଓ ସିଂହାରିଙ୍କ ମଧ୍ୟରେ ବିବାଦରୁ ନୀତି ବିଳମ୍ବ ହୋଇଛି । ବିବାଦ ପାଇଁ ମହାପ୍ରଭୁଙ୍କ ବିବାହ ନୀତିରେ ୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ବିଳମ୍ବ । ସିଂହାରୀ ସେବାୟତ ଏବଂ ପୂଜାପଣ୍ଡାଙ୍କ ମଧ୍ୟରେ ବିବାଦ ଯୋଗୁଁ ନୀତି ୪ ଘଣ୍ଟାରୁ ଉର୍ଦ୍ଧ୍ବ ବିଳମ୍ବ ହୋଇଥିବା ଜଣାପଡିଛି ।

ମହାପ୍ରଭୁଙ୍କ ବିବାହ ସମ୍ପନ୍ନ ବିଧି ବର୍ତ୍ତମାନ ସୁଦ୍ଧା ଶେଷ ହୋଇପାରିନି । ଯାହା ଏକାଦଶୀରେ ସମ୍ପୂର୍ଣ୍ଣ କରାଯିବା କଥା ତାହା ଦ୍ବାଦଶୀରେ ମଧ୍ୟ ସମ୍ପୂର୍ଣ୍ଣ ହୋଇପାରୁନାହିଁ । ରୁକ୍କୁଣୀ ବିବାହର ପ୍ରମୁଖ ନୀତି ହାତଗଣ୍ଠି ଫିଠା I ପବିତ୍ର ଏକାଦଶୀରେ ସମ୍ପନ୍ନ କରାଯିବା କଥା କିନ୍ତୁ ଏହି ବିବାଦ ଯୋଗୁଁ ବିବାହର ସମସ୍ତ ବିଧି ବିଳମ୍ବିତ ହେବାରେ ଲାଗିଛି ।

ସେପଟେ ଗୁରୁବାର ଦଇତାପତିଙ୍କ ପ୍ରବେଶ ଓ ବୁଧବାର ଚମ୍ପକ ଦ୍ଵାଦଶୀ ନୀତି ଥିବା ବେଳେ ନୀତି ଶୃଙ୍ଖଳିତ ନହେଲେ ଦେବସ୍ନାନ ପୂର୍ଣ୍ଣିମା ନୀତି ବିଳମ୍ବ ହେବ ବୋଲି ଆଶଙ୍କା କରାଯାଉଛି ।

:ବୁଧବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ରଥ ନୀତି ଓ ରଥଟଣା ନେଇ ହେବ ବିସ୍ତୃତ ଆଲୋଚନା

Post a Comment

0 Comments
* Please Don't Spam Here. All the Comments are Reviewed by Admin.