ନାଗପୁର :-
ସମ୍ପତ୍ତି ପାଇଁ ଶ୍ୱଶୁରଙ୍କୁ ହତ୍ୟା କରି ବୋହୁ ଗିରଫ ହୋଇଛି । ସୁପାରୀ କିଲରଙ୍କ ଦ୍ୱାରା ବିଚ୍ ରାସ୍ତାରେ କାର୍ ମଡ଼ାଇ ଅତି ନିର୍ମମ ଭାବେ ଶ୍ୱଶୁରଙ୍କୁ ହତ୍ୟାକରିଛନ୍ତି ତାଙ୍କ ବୋହୁ । ଏପରି ଘଟଣା ଘଟିଛି ମହାରାଷ୍ଟ୍ରର ନାଗପୁରରେ । ସୂଚନା ଅନୁସାରେ, ୮୨ ବର୍ଷୀୟ ପୁରୁଷୋତ୍ତମ ନାଗପୁରର ଜଣେ ବିତ୍ତଶାଳୀ ବ୍ୟକ୍ତି ହୋଇଥିବା ବେଳେ ତାଙ୍କ ପୁଅ ସହରର ଜଣେ ପ୍ରତିଷ୍ଠିତ ଡାକ୍ତର ଥିଲେ।
ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରି ଉକ୍ତ ସମୟରେ ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କୁ ଗିରଫ କରିଥିଲା। ତାଙ୍କୁ ପଚରାଉଚରା କରାଯିବାରୁ ଏଥିନିମନ୍ତେ ପୁରୁଷୋତ୍ତମଙ୍କ ପୁଅଙ୍କ ଡ୍ରାଇଭର ତାଙ୍କୁ ଟଙ୍କା ଦେଇଥିବା କହିଥିଲେ। ଏହାପରେ ପୁଲିସ୍ ତୁରନ୍ତ ପୁରୁଷୋତ୍ତମଙ୍କ ପୁଅଙ୍କ ଡ୍ରାଇଭରଙ୍କୁ ଗିରଫ କରିବାରୁ ଏଥିନିମନ୍ତେ ପୁରୁଷୋତ୍ତମଙ୍କ ବୋହୂ ସୁପାରି ଦେଇଥିବା କହିଥିଲେ। ଏହି ଘଟଣାରେ ପୁଲିସ୍ ଅର୍ଚ୍ଚନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ତାଙ୍କ ସ୍ୱାମୀଙ୍କ ଏଥିରେ ସମ୍ପୃକ୍ତି ଅଛି ନା ନାହିଁ ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍। ୩ଶହ କୋଟି ହାତେଇବାକୁ ନିଜ ଶ୍ୱଶୁରଙ୍କୁ ଏପରି ନିର୍ମମ ଭାବେ ହତ୍ୟା କରିଥିବା ଅର୍ଚ୍ଚନା ସ୍ୱୀକାର କରିଥିବା ଜଣାଯାଇଛି।