ନୂଆଦିଲ୍ଲୀ:-
ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ନରେନ୍ଦ୍ର ମୋଦି ତାଙ୍କ ପ୍ରଥମ ବିଦେଶ ଗସ୍ତ ଭାବେ ଇଟାଲୀ ଯିବାର କାର୍ଯ୍ୟକ୍ରମ ରହିଛି । ଇଟାଲୀର ଆପୁଲିଆ ବୋର୍ଗୋ ଏଗ୍ନାଜିଆରେ ଆସନ୍ତା ୧୩ ଏବଂ ୧୪ ତାରିଖରେ ଜି-୭ ବୈଠକ ହେବାର ଅଛି । ଏହା ପୂର୍ବରୁ ମୋଦି ନୂତନ ଲୋକସଭାର ପ୍ରଥମ ଅଧିବେଶନରେ ଯୋଗ ଦେବେ ।
ତେବେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ସହ ବୈଠକ ନେଇ ସ୍ପଷ୍ଟ ହୋଇନାହିଁ । ଜୁନ୍ ୧୫ ଓ ୧୬ରେ ସୁଇଜରଲ୍ୟାଣ୍ଡରେ ହେବାକୁ ଥିବା ଶାନ୍ତି ସମ୍ମିଳନୀରେ ଯୋଗଦେବାକୁ ମଧ୍ୟ ମୋଦିଙ୍କୁ ନିମନ୍ତ୍ରଣ କରାଯାଇଛି । ସେହିପରି ଜୁଲାଇ ୩ ଓ ୪ରେ ହେବାକୁ ଥିବା ସାଂଘାଇ ସହଯୋଗ ସଙ୍ଗଠନ(ଏସ୍ସିଓ) ଶିଖର ସମ୍ମିଳନୀ ପାଇଁ ମୋଦି କାଜାଖସ୍ତାନର ଆସ୍ତାନା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସମ୍ମିଳନୀକୁ ଚୀନ୍ ରାଷ୍ଟ୍ରପତି ଶି ଜିନ୍ପିଙ୍ଗ ଆସିବେ ନା ତାଙ୍କ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ୍ଙ୍କୁ ପଠାଇବେ ତାହା ସ୍ପଷ୍ଟ ହୋଇନାହିଁ ।