Type Here to Get Search Results !

ଶପଥ ପରେ ଇଟାଲୀ ଗସ୍ତ କରିବେ ମୋଦି, ବାଇଡେନ୍‌ଙ୍କୁ ଭେଟିବେ ଓ ଜି-୭ ବୈଠକରେ ଯୋଗଦେବେ

 


ନୂଆଦିଲ୍ଲୀ:-

ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ନରେନ୍ଦ୍ର ମୋଦି ତାଙ୍କ ପ୍ରଥମ ବିଦେଶ ଗସ୍ତ ଭାବେ ଇଟାଲୀ ଯିବାର କାର୍ଯ୍ୟକ୍ରମ ରହିଛି । ଇଟାଲୀର ଆପୁଲିଆ ବୋର୍ଗୋ ଏଗ୍ନାଜିଆରେ ଆସନ୍ତା ୧୩ ଏବଂ ୧୪ ତାରିଖରେ ଜି-୭ ବୈଠକ ହେବାର ଅଛି । ଏହା ପୂର୍ବରୁ ମୋଦି ନୂତନ ଲୋକସଭାର ପ୍ରଥମ ଅଧିବେଶନରେ ଯୋଗ ଦେବେ ।

ଜି-୭ ଶିଖର ସମ୍ମିଳନୀରେ ମୋଦି ଯୋଗ ଦେବାକୁ ଗଲେ ସେଠାରେ ସେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍, ଜର୍ମାନୀ ଚାନ୍ସେଲର ଓଲାଫ ସ୍କୋଲଜ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା, ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିପାରନ୍ତି ।

ତେବେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ସହ ବୈଠକ ନେଇ ସ୍ପଷ୍ଟ ହୋଇନାହିଁ । ଜୁନ୍ ୧୫ ଓ ୧୬ରେ ସୁଇଜରଲ୍ୟାଣ୍ଡରେ ହେବାକୁ ଥିବା ଶାନ୍ତି ସମ୍ମିଳନୀରେ ଯୋଗଦେବାକୁ ମଧ୍ୟ ମୋଦିଙ୍କୁ ନିମନ୍ତ୍ରଣ କରାଯାଇଛି । ସେହିପରି ଜୁଲାଇ ୩ ଓ ୪ରେ ହେବାକୁ ଥିବା ସାଂଘାଇ ସହଯୋଗ ସଙ୍ଗଠନ(ଏସ୍ସିଓ) ଶିଖର ସମ୍ମିଳନୀ ପାଇଁ ମୋଦି କାଜାଖସ୍ତାନର ଆସ୍ତାନା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସମ୍ମିଳନୀକୁ ଚୀନ୍ ରାଷ୍ଟ୍ରପତି ଶି ଜିନ୍ପିଙ୍ଗ ଆସିବେ ନା ତାଙ୍କ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ୍ଙ୍କୁ ପଠାଇବେ ତାହା ସ୍ପଷ୍ଟ ହୋଇନାହିଁ ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.