Type Here to Get Search Results !

ଜଙ୍ଗଲରୁ ଜବତ ହେଲା ୨ କୁଇଣ୍ଟାଲ ଗଞ୍ଜେଇ

 



ଫୁଲବାଣୀ:-

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଂଚଳରେ ଗତ କିଛିଦିନ ହେଲା ଗଞ୍ଜେଇ କାରବାର ବୃଦ୍ଧି ପାଇଛି। ଗଞ୍ଜେଇ ମାଫିଆମାନେ ଏହି ଅଞ୍ଚଳରେ ଗଷେଞ୍ଜଇ ଚାଷ କରି ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି। ରବିବାର ଫିରିଙ୍ଗିଆ ପୁଲିସ ପବିଙ୍ଗିଆ ପଞ୍ଚାୟତ ଅଞ୍ଚଳରେ ଥିବା କିଛି ଜଙ୍ଗଲରେ ଚଢ଼ାଉ କରି ୨ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି।

ଜଙ୍ଗଲରେ ଗଞ୍ଜେଇ ଗଛ କଟାଯିବା ସମୟରେ ପୁଲିସ ଚଢ଼ାଉ କରିଥିଲା। ଗଞ୍ଜେଇ ଚାଲାଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ଚାଲାଣ ପାଇଁ ଲୁଚାଇ ରଖାଯାଇଥିବା ଏହି ଗଞ୍ଜେଇକୁ ଜବତ କରାଯାଇଛି।

ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନଙ୍କ ନିର୍ଦେଶକ୍ରମେ ଏସଆଇ ଅଜୟ ସାହୁ,ଏସଆଇ ଦୀପକ କୁମାର ରାଉତ ଓ ଏଏସଆଇ ପ୍ରମୋଦ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ଏହି ଚଢ଼ାଉ କରିଥିଲା। ଏ ନେଇ ଏକ ମାମଲା(୧୩୬/୨୪) ରୁଜୁ ହୋଇଛି।

୍ଣସହିପରି ଫିରିଙ୍ଗିଆ ଅତିରିକ୍ତ ଥାନା ଅଧିକାରୀ ଅଜୟ କୁମାର ସାହୁଙ୍କ ନେତୃତ୍ୱ ରେ ଏଏସଆଇ ଶ୍ରୀକାନ୍ତ ପାତ୍ରଙ୍କ ସହ ଏକ ଟିମ ପାଟ୍ରୋଲିଂ କରୁଥିବା ସମୟରେ ଫିରିଙ୍ଗିଆ ଥାନା ବନ୍ଧଗଡ ପଞ୍ଚାୟତର ତେଲିମୁଣ୍ଡା ଛକ ନିକଟରେ ଏକ କାରରୁ ୨୩ କେଜି ଗଞ୍ଜେଇ ଜବତ କରିଛନ୍ତି। ଏହି ଘଟଣାରେ ସାରଙ୍ଗଗଡ ଥାନା କପୁଗୁଡ଼ା ଗାଁର ଚିନ୍ତାମଣି ଦଣ୍ଡିଆଙ୍କୁ ଗିରଫ କରାଯାଇଛି। ଏ ସଂକ୍ରାନ୍ତରେ ଫିରିଙ୍ଗିଆ ଥାନାରେ ଏକ ମାମଲା(୧୩୭/୨୪) ରୁଜୁ ହୋଇଛି।


Post a Comment

0 Comments
* Please Don't Spam Here. All the Comments are Reviewed by Admin.